Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ତୁମ୍ବାରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା

ତୁମ୍ବାରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା

310
ADVERTISEMENT

ପାତ୍ରପୁର ,୧୩।୩( ଋଷିକେଶ ବେହେରା ) : ଓଡ଼ିଶାର ପୁରୁଣା ସଂସ୍କୃତିର କିମ୍ବଦନ୍ତୀ ସାଜିଥିବା ଭାଗବତ ଟୁଙ୍ଗି ଗୁଡ଼ିକର ପୁନଃ ଉଦ୍ଧାର ପାଇଁ ସରକାରୀ ସ୍ତରରେ ଚେଷ୍ଟା ଚାଲିଥିବା ବେଳେ ପାତ୍ରପୁର ବ୍ଲକ୍ ତୁମ୍ବା ଗ୍ରାମରେ ନବନିର୍ମିତ ଭାଗବତ ଟୁଙ୍ଗି ର ପ୍ରତିଷ୍ଠା ପାଳିତ ହୋଇଯାଇଛି। ଗୁରୁବାର ଗଙ୍ଗା ଆବାହନ କରା ଯାଇଥିବା ବେଳେ କୃଷ୍ଣ ପାଢ଼ୀଙ୍କ ତତ୍ତ୍ଵାବଧାନରେ ଯଜ୍ଞ କାର୍ଯ୍ୟ ପରିଚାଳନା କରାଯାଇଛି। କାର୍ଯ୍ୟକ୍ରମରେ ଘୃତଯଜ୍ଞ, ନାମ ଯଜ୍ଞ, ଅର୍ଣ୍ଣଯଜ୍ଞ ଓ ଜ୍ଞାନଯଜ୍ଞ କରାଯାଇଥିଲା। ଆଖପାଖ ଅଞ୍ଚଳର ଭକ୍ତ ଓ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିବା ବେଳେ ତୁମ୍ବା ଗ୍ରାମବାସୀ ଓ ଭକ୍ତ ମାନେ ସହଯୋଗ କରିଥିଲେ।

Advertisement