Sunday, September 27, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲା ସ୍ତରୀୟ ଜଣଗଣନା ତାଲିମ୍ କାର୍ଯ୍ୟକ୍ରମ

ଜିଲ୍ଲା ସ୍ତରୀୟ ଜଣଗଣନା ତାଲିମ୍ କାର୍ଯ୍ୟକ୍ରମ

227
ADVERTISEMENT

କୋରାପୁଟ,୧୩।୩(ଦୟାନିଧି ପଟ୍ଟନାୟକ): କୋରାପୁଟ ସ୍ଥାନୀୟ ଡି. ଏନ୍. କେ. କନଫରେନ୍ସ ହଲରେ ୨ ଦିନିଆ ଜିଲ୍ଲା ସ୍ତରୀୟ ଜଣଗଣନା ତାଲିମ୍ କାର୍ଯ୍ୟକ୍ରମ ସମାପ୍ତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟତମ ଜିଲ୍ଲା ଜଣଗଣନା ଅଧିକାରୀ ଶ୍ରୀ ଦେବେନ୍ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଡି. ପି. ଏମ୍. ୟୁ.,କୋରାପୁଟ ର ଉପ ନିର୍ଦ୍ଦେଶକ, କୋରାପୁଟ ଓ ଜୟପୁର ଉପ ଜିଲ୍ଲାପାଳ, କୋରାପୁଟ ଜିଲ୍ଲାର ସମସ୍ତ ବି. ଡି. ଓ., ସମସ୍ତ ତହସିଲଦାର, ମାଷ୍ଟର ଟ୍ରେନର ସନ୍ତୋଷ କୁମାର ଆଚାର୍ଯ୍ୟ, ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ପ୍ରତିନିଧି ଶ୍ରୀ ପଣ୍ଡା, ଶ୍ରୀ ସାହି, ପୁରୁଣା ତଥା ଚାର୍ଜ ସ୍ତରୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

Advertisement