ସାନଖେମୁଣ୍ଡି,୧୨/୩,(ସପନ ଦାଶ) :ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଭାଗର ଶେଷ ବର୍ଷର ବିଦ୍ଯାର୍ଥୀ ମାନଙ୍କ ଦ୍ବାରା ଅଭିନବ ଉପାୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଆଡପଡା ଇଶାଣେଶ୍ୱର ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ତିନି ବର୍ଷରେ ସାମୂହିକ ଭାବେ ଅଧ୍ଯୟନ କରିବାର ମୂହୁର୍ତ୍ତକୁ ଉଜ୍ଜିବୀତ କରିବା ଓ ବନ୍ଧୁତ୍ବର ଭାବକୁ ସର୍ବଦା ବଜାୟ ରଖିବା ସକାଶେ ସମସ୍ତ ବିଦ୍ଯାର୍ଥୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରାଜନୀତି ବିଭାଗର ଅଧ୍ଯାପକ ଶ୍ରୀମାନ୍ ରବିନ୍ଦ୍ର ବେହେରା ଯୋଗଦେଇ ବିଦ୍ଯାର୍ଥୀ ମାନଙ୍କ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ପରବର୍ତ୍ତୀ ସମୟରେ ଇଶାଣେଶ୍ୱର ମନ୍ଦିର ପରିସରକୁ ସାମୂହିକ ସଫେଇ କାର୍ଯ୍ୟ ହୋଇଥିଲା। ଯାହା ସାଧାରଣରେ ବିଦ୍ଯାର୍ଥୀ ମାନଙ୍କ ଏଭଳି କାର୍ଯ୍ୟକୁ ପ୍ରଂଶସା କରିବା ଦେଖିବାକୁ ମିଳିଛି।


















