Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବିଶ୍ବ କଳାମୋତିଆ ସପ୍ତାହ ପାଳିତ

ବିଶ୍ବ କଳାମୋତିଆ ସପ୍ତାହ ପାଳିତ

465
ADVERTISEMENT

ପାରଳାଖେମୁଣ୍ଡି,୧୨/୩,(ପ୍ରଭାତ କୁମାର ପାତ୍ର ) : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ “ବିଶ୍ବ କଲା-ମୋତିଆ ସପ୍ତାହ” କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି । ଏହି ଅବସର’ରେ , ମୁଖ୍ୟ ଚିକିତ୍ସ୍ୟ। ଓ ଜନସ୍ୱାସ୍ଥ୍ୟ ଅଧିକାରୀ’ଙ୍କ କାର୍ଯ୍ୟାଳୟ ପରିସର’ରୁ ଏଏନଏମ: ତାଲିମ ନେଉଥିବା ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ସଚେତନତା ଶୋଭାଯାତ୍ରା’କୁ ସିଡିଏମ ଓ ପିଏଚଓ:-ଡାଃ ଗୁନୁରାଣୀ ପଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ’ ଅନ୍ୟମାନଙ୍କ ମଧ୍ୟରେ ଚକ୍ଷୁ ବିଶେଷଜ୍ଞ ଡାଃ ଦୀପକ ଚୌଧୁରୀ , ଓଏ:- ଜନ୍ମାଜୟ ସାହୁ , ଏଡିପିଏଚସିଓ:-ସୁଧୀର କୁମାର ଜେନା , ଜଗଦୀଶ ପଟନାୟକ ଓ ନୀଳମଣି ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।
ପରେ ଏହି ଅବସର’ରେ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ’ଙ୍କ କାର୍ଯ୍ୟାଳୟ ପରିସର’ରେ ଥିବା ଜିଲ୍ଲା ପ୍ରଶିକ୍ଷଣ ୟୁନିଟ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ’ରେ ସିଡିଏମଓ:-ଡାଃ ଗୁନୁରାଣୀ ପଟନାୟକ ଏବଂ ଏଡିପିଏଚଓ:-ଡାଃ ଛନ୍ଦା କାନୁନଗୋ ପ୍ରମୁଖ ଯୋଗଦେଇ ବିଶ୍ବ କଳାମୋତିଆ ସପ୍ତାହ” କାର୍ଯ୍ୟକ୍ରମ ପାଳନ’ର ଆଭିମୁଖ୍ୟ ସମ୍ପର୍କରେ କହି ଏଥିରୁ କିଭଳି ସତର୍କ ରହି ଦୁରେଇ ରହିବାକୁ ହେବ ଏବଂ ଲୁକ୍କାୟିତ ଭାବେ ରହିଥିବା କଲା-ମୋତିଆକୁ କିଭଳି ପରାସ୍ତ କରିବାକୁ ହେବ , ସେ ସବୁ’ର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ
ବହୁ ସଂଖ୍ୟାରେ ଏଏନଏମ:-ଛାତ୍ରୀ ଓ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ। ।

Advertisement