Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବାଲି ବୋଝେଇ ଟ୍ରାକ୍ଟର ଦୁର୍ଗମ ରାସ୍ତା ରେ ଯାଉଥିବା ବେଳେ ହଠାତ୍ ଇଞ୍ଚିନଟି ଟ୍ରଲିକୁ ପିଟି...

ବାଲି ବୋଝେଇ ଟ୍ରାକ୍ଟର ଦୁର୍ଗମ ରାସ୍ତା ରେ ଯାଉଥିବା ବେଳେ ହଠାତ୍ ଇଞ୍ଚିନଟି ଟ୍ରଲିକୁ ପିଟି ହୋଇ ଡ୍ରାଇଭର ମୃତ

286
ADVERTISEMENT

ପାରଳାଖେମୁଣ୍ଡି,୧୨/୩,(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ପ୍ରସିଦ୍ଧ ଗଣ୍ଡାହାତି ଜଳପ୍ରପାତ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ବାଲି ବୋଝେଇ ଟ୍ରାକ୍ଟର ଦୁର୍ଗମ ଘାଟି ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍ ଟ୍ରାକ୍ଟର ଇଞ୍ଚିନଟି ଘାଟି ରାସ୍ତାକୁ ଚଢି ନପାରି ଟ୍ରାକ୍ଟରର ଟ୍ରଲିକୁ ପିଡି ହୋଇଯିବା ଯୋଗୁଁ ଡ୍ରାଇଭର ଜଣକ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣାଟି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଚାଞ୍ଚଡା ସାହି ନିକଟରେ ଥିବା ଅଗମ୍ୟ ଘାଟି ରାସ୍ତାରେ ଘଟିଛି। ମୃତକ ଡ୍ରାଇଭର ହେଲେ ଜୁଏଲ ଶବର ସେ ମୁନିଆ ବାଡ ଗ୍ରାମ ବାସି ବୋଲି ଜଣାପଡ଼ିଛି। ଅଞ୍ଚଳ ବାସୀ ବାରମ୍ବାର ଦାବି ସତ୍ତ୍ୱେ ଏହି ଅଗମ୍ୟ ଅଞ୍ଚଳର ବିପଦ ଜନକ ଘାଟି ରାସ୍ତାକୁ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଏହି ଭଳି ଘଟଣା ବାରମ୍ବାର ଘଟୁଥିବା ଅଞ୍ଚଳବାସୀ ଦାବି କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଡ୍ରାଇଭର ଶବକୁ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।

Advertisement