ବ୍ରହ୍ମପୁର,୧୨/୩(ସୁଦାମ ମହାରଣା): ଦାଦନ ଶ୍ରମିକ ଗୌରାଙ୍ଗ ଗୌଡଙ୍କର ମୁମ୍ବାଇ କୁର୍ଲା ନେହେରୁ ନଗରରେ ବିଦ୍ୟୁତ୍ ସସ୍ପର୍ଶ ମୃତ୍ୟୁ କରିଥିଲେ। ତାଙ୍କର ମରଶରୀରକୁ ଧର୍ମେନ୍ଦ୍ର ସାହୁ, ପିତାମ୍ବର ସ୍ୱାଇଁ ଓ ମହୁଲ ଗାଁ ର ଶ୍ରମିକମାନେ , ଠିକାଦାର ସଂସ୍ଥା ସହଯୋଗରେ ମୁମ୍ବାଇରୁ ଉଡାଜାହାଜରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲା। ପରେ ସୂର୍ଯ୍ୟ ନାରାୟଣ ଗୌଡ ଓ ଗୌରାଙ୍ଗଙ୍କ ସମ୍ପର୍କୀୟ ଭାଇମାନଙ୍କ ସହଯୋଗରେ ପ୍ରାଇଭେଟ ଆମ୍ବୁଲାନ୍ସ ସାହାଯ୍ୟ ରେ ଗାଁ କୁ ଅଣାଯାଇଥିଲା।ପ୍ରବାସୀ ଓଡିଆଙ୍କ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି, ଓଡିଶା ମୋ ପରିବାର ଲକ୍ଷ୍ୟ ହେଲା ପରିବେଶ, ସ୍ୱାସ୍ଥ୍ୟ ଓ ପ୍ରବାସୀ ଓଡିଆମାନେ କୌଣସି ଅସୁବିଧା ରେପଡିଲେ ସାହାଯ୍ୟ କରିବା ପାଇଁ କିନ୍ତୁ ବାସ୍ତବରେ ଗୌରାଙ୍ଗ ଗୌଡ ମୃତ୍ୟୁ ପରେ ଜଣାପଡିଛି । ଓଡ଼ିଶା ମୋ ପରିବାର ଅସଲ ରହସ୍ୟ, କେବଳ ଧନୀ ଙ୍କ ପାଇଁ ଏହି ସଂସ୍ଥା କାର୍ଯ୍ୟ କରୁଅଛି। ବେନରରେ ଛାଇ ଭଳି ପ୍ରତ୍ୟେକ ସହର ରେ ପ୍ରସାର ପ୍ରଚାର କରାଯାଇଛି । ମୁମ୍ବାଇଶ୍ରୀ ପ୍ରଜାପତି ମିତ୍ର ମଣ୍ଡଳ ସଦସ୍ୟ ସୂର୍ଯ୍ୟ ନାରାୟଣ ଗୌଡ, ନାଭି ମୁମ୍ବାଇ ମହାରଣା ସଭାପତି ଅଟଳ ମହାରଣା, ଗୌଡ ସମାଜ ସଭାପତି କାଳିଆ ଗୌଡ ଅଭିଯୋଗ କରିଛନ୍ତି , ଓଡିଶା ମୋ ପରିବାର ରାଜ୍ୟ ସରକାରଙ୍କ ଏକ ଯୋଜନା । ଏହି ଯୋଜନା ରେ ୮୫କୋଟି ଟଙ୍କାର ଅନୁଦାନ କାହା ସ୍ୱାର୍ଥରେ । ଗୌରାଙ୍ଗ ଗୌଡର ପରିବାର ସଦସ୍ୟ ମାନେ ଅଭିଯୋଗ କରିଥିଲେ ଯେ, ଭୂବନେଶ୍ୱର ଏୟାରପୋର୍ଟ ରେ ମରଶରୀର କ୍ଲରାଲ୍ସ କରିପାରିନଥିଲେ କାରଣ ସେମାନେ ଅଶିକ୍ଷିତ ଥିଲେ। ଓଡିଶା ମୋ ପରିବାର ମୁଖ୍ୟ ଅରୁପ ପଟ୍ଟନାୟକ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା । ଓଡିଶା ମୋ ପରିବାର ସରକାରଙ୍କ ଏକ ବିଫଳ ଯୋଜନା ବୋଲି ସେମାନେ ଅଭିଯୋଗ କରିଛନ୍ତି ।

















