Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ସଫଳତାର ସହ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ କାର୍ଯ୍ୟକ୍ରମ

ସଫଳତାର ସହ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ କାର୍ଯ୍ୟକ୍ରମ

559
ADVERTISEMENT

ପାରଳାଖେମୁଣ୍ଡି,୧୨।୩( ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ, ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ଉଦ୍ଦିଷ୍ଟ ଲୋକାଭିମୁଖୀ ଲୋକପ୍ରିୟ କାର୍ଯ୍ୟକ୍ରମ ,ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତ୍ରୁତ୍ୱ ଅଭିଯାନ ସଫଳତାର ସହ ଆଗେଇ ଚାଲିଛି । ପ୍ରତ୍ୟେକ ମାସର ୯ ତାରିଖ ଦିନ ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମ ଯେଉଁ ଆରମ୍ଭ କରାଯାଇଛି , ତାର ମୁଳ ଉଦ୍ଦେଶ୍ୟ ହେଲା ଯେ , ପ୍ରତ୍ୟେକ ମହିଳା , ଯେଉଁମାନେ କି ଗର୍ଭ-ଧାରଣର ୪ ମାସ ଠାରୁ ଗର୍ଭବତୀ ମହିଳା ମାନଙ୍କ ସରକାରୀ ଚିକିତ୍ସାଳୟରେ ଗୋଟିଏ ଛାତ ଅର୍ଥାତ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ପରୀକ୍ଷା ଓ ଚିକିତ୍ସା ମାଗଣାରେ ଉପଲବ୍ଧ ହୋଇପାରିବ । ଏହାହିଁ ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।। ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଗର୍ଭ ଧାରଣର ୯ ମାସ ମଧ୍ୟରେ ଚିକିତ୍ସାଳୟ’ରେ ଡାକ୍ତରଙ୍କ ଦ୍ବାରା ଗର୍ଭବତୀ’ର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥାଏ । ବିପଦ ପୂର୍ଣ୍ଣ ଗର୍ଭବତୀ ଚିହ୍ନଟ ଓ ଚିହ୍ନଟ ହୋଇଥିବା ଗର୍ଭବତୀ ମହିଳାଙ୍କ ଚିକିତ୍ସା ଏଠାରେ କରାଯାଉଛି । ଅନ୍ୟପକ୍ଷରେ ପ୍ରସବ ପରବର୍ତ୍ତୀ ସେବା ଓ ସୁବିଧାକୁ ଏଠାରେ ସୁନିଶ୍ଚିତ କରାଇବା ସହ ବିପଦସଙ୍କୁଳ୍ ଅବସ୍ଥାରେ ଥିବା ଗର୍ଭବତୀ ମହିଳାଙ୍କ ପାଈଁ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ମଧ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ବାସ୍ଥ୍ୟ ପାଈଁ ଗୋଟିଏ ସ୍ଥାନରେ ଆବଶ୍ୟକ ହେଉଥିବା ବିଭିନ୍ନ ପରୀକ୍ଷା ସବୁ କରାଯାଉଛି ।। ଚିକିତ୍ସ୍ୟଳୟ’କୁ ପ୍ରଥମେ ଆସୁଥିବା ଗର୍ଭବତୀ ମହିଳାଙ୍କ ନାମ ପଞ୍ଜିକରଣ ହେବା ପରେ ସେମାନଙ୍କୁ ସୁଗାର୍ ପରୀକ୍ଷା ପାଈଁ ପୁର୍ବରୁ ଗ୍ଲୁକୋଜ୍ ପାଣି ପିଇବା ପାଈଁ ଦିଆହେଉଛି । ତାପରେ ସୁଗାର୍ ପରୀକ୍ଷା କରାଯାଇ ସେମାନଙ୍କ ଉଚ୍ଚତା ଓ ଓଜନ ମାପ କରାଯାଉଛି । ତାପରେ ବିଭିନ୍ନ ପରୀକ୍ଷା ଯଥା:- ରକ୍ତର ବିଭିନ୍ନ ପରୀକ୍ଷା ସହ ରକ୍ତଚାପ ଓ ପରିସ୍ରା , ଅଲଟ୍ରାସାଉଣ୍ଡ ଯୌନ ଓ ପ୍ରଜନନ ସମ୍ପର୍କରେ ସମସ୍ତ ପରୀକ୍ଷା କରାଯାଉଛି । ଏ’ସବୁ ପରୀକ୍ଷା ହୋଇ ସାରିବା ପରେ ଡାକ୍ତରଙ୍କ ଦ୍ବାରା ଆବଶ୍ୟକ ସବୁ ଚିକିତ୍ସା କରା ଯାଉଛି । ଏସବୁ ହେବାପରେ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ସ୍ବାସ୍ଥ୍ୟ-ସେବା ସମ୍ପର୍କରେ ପରାମର୍ଶ ଶିକ୍ଷା ମଧ୍ୟ ଦିଆଯାଉଛି । ଏହି ପରାମର୍ଶ ଶିକ୍ଷା ମଧ୍ୟରେ ମୁଖ୍ୟତଃ ଗର୍ଭବତୀ ମହିଳାଙ୍କ ପାଈଁ ସମୟ ଅନୁଯାୟୀ ସଠିକ ଖାଦ୍ୟ ଖାଇବା ଓ ବିଶ୍ରାମ ନେବା , ପ୍ରସବ ପାଈଁ କିଭଳି ପ୍ରସ୍ତୁତି ହେବେ , ଉପଯୁକ୍ତ ଯୋଜନା ଏବଂ ପରିବାର ନିୟୋଜନ ପଦ୍ଧତି ପ୍ରଭୃତି ବିଷୟରେ ପରାମର୍ଶ ଶିକ୍ଷା ଦିଆ ଯାଉଛି ।
ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ଗର୍ଭବତୀ ମହିଳା ମାନଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଉଛି ।
ଏ ସମ୍ପର୍କରେ ଆସିଥିବା ଜଣେ ଗର୍ଭବତୀ ମହିଳା ଏଭଳି ଅଭିଯାନ କାର୍ଯ୍ୟକ୍ରମ ସୁରକ୍ଷିତ ମାତୃତ୍ବ ପ୍ରତି କେତେ ଭଲ , ସେ ସମ୍ପର୍କରେ କହିଥିଲେ।
ସେହି ଭଳି କେନ୍ଦ୍ର ସରକାରଙ୍କ ଏହି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ କାର୍ଯ୍ୟକ୍ରମ କିଭଳି ସଫଳତାର ସହ ଆଗେଇ ଚାଲିଛି , ସେ ସମ୍ପର୍କ’ରେ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟଳୟ’ର ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଯୁଗ୍ମ ନିର୍ଦେଶକ ଡାଃ ରେଗା ଲକ୍ଷ୍ମୀ ନାରାୟଣ ପଟନାୟକ କହିଛନ୍ତି ।

Advertisement