Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲାପାଳଙ୍କ ଅଚାନକ କୋଦଳା ଏନଏସି ପରିଦର୍ଶନ

ଜିଲ୍ଲାପାଳଙ୍କ ଅଚାନକ କୋଦଳା ଏନଏସି ପରିଦର୍ଶନ

365
ADVERTISEMENT

କୋଦଳା,୧୧।୩(ସୂର୍ଯ୍ୟନାରାୟଣ ବଡୁ) : ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୂତ କୁଲାଙ୍ଗେ ଅଚାନକ କୋଦଳା ଏନଏସି ଅଞ୍ଚଳ ରେ ପହଞ୍ଚି ସହର ପରିଦର୍ଶନ କରିଥିଲେ ଏବଂ ବସଷ୍ଟାଣ୍ଡ ଠାରେ କିଛି ଦୋକାନରେ ଚଢାଉ କରି ପଲିଥିନ ଜବତ କରିବା ସହିତ ଏକଲକ୍ଷ୍ୟ ଦଶ ହଜାର ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି । ଜିଲ୍ଲାପାଳ କୋଦଳାରେ ପହଞ୍ଚୁ ପହଞ୍ଚୁ ନଜର ପକାଇଥିଲେ ଦୁଇ ଫଳ ଦୋକାନୀ ଉପରେ । ସେମାନଙ୍କ ଦୋକାନ ଜାଞ୍ଚ କରି ପଲିଥିନ ଜବତ କରିବା ସହିତ ଦଶ ହଜାର ଟଙ୍କା ଏବଂ ଏକ ବିଦେଶୀ ମଦ ଦୋକାନ ଆଗରେ ପାଞ୍ଚ ଫୁଟ ପରିଧି ମଧ୍ୟରେ ପଡିଥିବା ଅନାବନା ଅଳିଆ ଆବର୍ଜନାକୁ ଦେଖି ଉକ୍ତ ଦୋକାନ ମାଲିକ ଠାରୁ ଏକ ଲକ୍ଷ୍ୟ ଟଙ୍କା ଜୋରିମାନା ଆଦାୟ କରିଥିଲେ । ପରେ ପରେ ଏନଏସି କାର୍ୟାଳୟ ପରିସର ଠାରେ ପହଞ୍ଚି ସହର ଅବସ୍ଥା ସ୍ଵଛ ନ ଥିବାରୁ ସଫେଇ କର୍ମଚାରୀ ଓ କର୍ମକର୍ତ୍ତାଙ୍କ ଉପରେ ପ୍ରବଳ ବର୍ଷିଥିଲେ । ପ୍ରତ୍ୟକ ସନ୍ଧ୍ୟା ଓ ସକାଳ ମିଳିତ ସଫେଇ କାର୍ଯକ୍ରମ ଚାଲୁ ରହୁଥିଲା କିନ୍ତୁ ଗ୍ରାମରେ ଦୁଇଦିନ ଧରି ଯାତ୍ରା ଚାଲୁଥିବାରୁ ସଫେଇ କାର୍ଯକ୍ରମ ଠିକରେ ହୋଇପାରୁ ନ ଥିବା କର୍ମକର୍ତ୍ତା ପ୍ରକାଶ କରିଥିଲେ । ପଲିଥିନ ଜାଞ୍ଚ କାହିଁକି ହେଉନି ବୋଲି ପ୍ରଶ୍ନ କରିବା ସହିତ ପ୍ରତ୍ୟକ ଦିନ ଧରପଗଡ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ତହସିଲଦାର, ନିର୍ବାହୀ ଅଧିକାରୀ ଓ ଥାନା ଅଧିକାରୀ ନେତ୍ରୁତ୍ଵ ନେଇ କାର୍ଯ୍ଯ ପରିଚାଳନା କରିବ। ସହିତ ଲୋକଙ୍କୁ ପରିବେଶ ସ୍ୱଚ୍ଛ ଓ ନିର୍ମଳ ରଖିବା ନେଇ ସଚେତନତା ବାର୍ତ୍ତା ପ୍ରଦାନ କରିବେ।ଜିଲ୍ଲାପାଳଙ୍କ ଗସ୍ତ ପରେ ଏନଏସି କାର୍ୟାଳୟ ପରିସରରେ କାର୍ଯକ୍ରମ ରେ ଯୋଗ ଦେଇଥିବା ତହସିଲଦାର ପ୍ରଭାତ କୁମାର ପରିଡା , ସବ ଇନିସପେକ୍ଟର ଅନିଲ କୁମାର ସାହୁ ଏକ ବୈଠକ ଡାକି ସମସ୍ତ କର୍ମକର୍ତ୍ତାଙ୍କୁ ଧରପଗଡ ଜୋରଦାର କରିବା ସହିତ ଯାହାର ଯାହାର କର୍ତ୍ତବ୍ୟ ଠିକ ରୂପରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ନଚେତ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଚେତାବନି ଦେଇଥିଲେ । ସେମାନଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ଆଜିଠାରୁ ପଲିଥିନ ଧରପଗଡ ଯୋରଦାର କରାଯିବ ଯେଉ ମାନଙ୍କ ଘର କିମ୍ବା ଦୋକାନ ଆଗରେ ପାଞ୍ଚ ଫୁଟ ପରିସୀମା ମଧ୍ୟ ରେ କୌଣଷି ଅଳିଆ ଆବର୍ଜନା କିମ୍ବା ପଲିଥିନ ବାହାରେ ସେମାନଙ୍କ ଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏଥିରେ ଏନଏସି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଜିଲ୍ଲାପାଳଙ୍କ ଏହି କାର୍ଯ୍ୟାନୁଷ୍ଠାନରେ ବ୍ୟବସାୟୀ ଜାଗ୍ରତ ହୋଇଯାନ୍ତୁ ବୋଲି ସଚେତନ ନାଗରିକ ମାନେ କହୁଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନକୁ ପ୍ରସଂଶା କରିଛନ୍ତି । ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ “କରୋନା”ଭାଇରସର ପ୍ରତିକାର ପାଇଁ ବସଷ୍ଟାଣ୍ଡ ଆହାର କେନ୍ଦ୍ର ଠାରେ ଟେଲିଭିଜନ ମାଧ୍ୟମରେ ସଚେତନତା କାର୍ଯକ୍ରମର ଶୁଭାରମ୍ଭ କରିଛନ୍ତି ।

Advertisement