ବ୍ରହ୍ମପୁର,୧୧।୩(ବ୍ୟୁରୋ): ହିଞ୍ଜିଳିକାଟୁ ସହର ବାସୀଙ୍କୁ ଘାରିଲାଣି ସ୍ବାସ୍ଥ୍ୟ ଚିନ୍ତା କେତେ ବେଳେ ପିଇବା ପାଣି ଯୋଗୁଁ କିଏ ଟାଇଫଡ ଓ ହଇଜା ଆକ୍ରାନ୍ତ ହେବେ ତାହା କହିହେବ ନାହିଁ । କାରଣ ମୁଖ୍ୟତଃ ପାଣିରୁ ଅଧିକାଂଶ ରୋଗ ସୃଷ୍ଟି ହୋଉଥିବା ଡାକ୍ତର ମାନେ ମତ ଦିଅନ୍ତି । ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଶୁଦ୍ଧ ପାଣି ଏବେ ସମ୍ପୂର୍ଣ୍ଣ ଅଶୁଦ୍ଧ ଓ ଗୋଳିଆ ପାଣି ଯୋଗାଇ ଦିଆଯାଉଥିବା ଅଞ୍ଚଳ ବାସୀଙ୍କ ଅଭିଯୋଗ । ଏଠି କହିବ କାହାକୁ ଶୁଣିବ କିଏ ସାଧାରଣ ଲୋକ ଅଭିଯୋଗ କରିବା ପାଇଁ ଗଲା ବେଳେ କାର୍ଯ୍ୟାଳୟରେ ଅଧିକାରୀ ଅନୁପସ୍ଥିତି ରହୁଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିଲେ ମଧ୍ୟ ସରକାରୀ ବାବୁ ହେଡ୍ କ୍ଵାଟର ରେ ରହୁଥିବା ଲୋକଙ୍କ ଅଭିଯୋଗ। ଦୀର୍ଘ ଦିନ ହେଲା ସହରର ସମସ୍ତ ଘରକୁ ଯୋଗାଣ ହେଉଥିବା ପାଣି କୁ ନେଇ ସହର ବାସୀ ଏବେ ଆତଙ୍କିତ। ବିଶ୍ଵରେ ଏବେ କୋରୋନକୁ ନେଇ ଭୟ ଲାଗି ରହିଥିବା ବେଳେ ଲୋକେ ଗୋଳିଆ ପାଣି ଦେଖି ପାଣି ପିଇବା ପାଇଁ ଭୟ କରୁଛନ୍ତି। ପାଣିର ମାନ ନିୟମିତ ପରୀକ୍ଷା ମଧ୍ୟ କରାଯାଉନାହିଁ ଯେତେ ବେଳେ ଗୋଳିଆ ଆସିବା ଅଭିଯୋଗ ଆସିଲେ ବିଭାଗ ପକ୍ଷରୁ ବ୍ଲିଚିଂ ପାଉଡର ବ୍ୟବହାର କରି ବିଭାଗୀୟ ଅଧିକାରୀ କାମ ସାରିଦେଉଛନ୍ତି। ରକ୍ଷଣା ବେକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଛି ସତ ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ। ଜନ ସ୍ଵାସ୍ଥ୍ୟ ବିଭାଗ ର ସହରରେ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କିରେ ଥିବା ଫିଲଟର ସଫା ହେଉନଥିବା ବେଳେ ପାଣିକୁ ସମ୍ପୂର୍ଣ୍ଣ ବିଶୁଦ୍ଧ କରିବା ପାଇଁ ବ୍ୟବହାର ହେଉଥିବା କେମିକାଲ ମଧ୍ୟ ନିୟମିତ ପଡୁନାହିଁ । ସରକାରୀ ବାବୁ ମାନେ ନିଜ ରୁମ୍ ରେ ଅତ୍ୟାଧୁନିକ ଇଲୋକ୍ଟ୍ରିନିକ୍ ଫିଲଟରର ପାଣି ପିଉଥିବା ବେଳେ ସାଧାରଣ ଅଞ୍ଚଳ ବାସୀଙ୍କ ଅସୁବିଧା ଜାଣିପାରୁ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ନଦୀ ରେ ଅଧିକ ବର୍ଷା ପାଣି ଆସିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଆଜି ଏହାର ସମାଧାନ ହୋଇଯିବ ବୋଲି ହିଞ୍ଜିଳି ଜନ ସ୍ବାସ୍ଥ୍ୟ ବିଭାଗର କନିଷ୍ଟ ଯନ୍ତ୍ରୀ ଶ୍ରୀଧର ଦାସ ଏହି ଘଟଣା ସଂପର୍କରେ କହିଛନ୍ତି। ଅନ୍ୟ ପଟେ ହିଞ୍ଜିଳିକାଟୁ ଏବେ ପୌର ପରିଷଦ ହୋଇଥିବା ଜନ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏଠାରେ ଦାୟିତ୍ଵ ରେ ଥିବା ଜଣେ ଯନ୍ତ୍ରୀଙ୍କୁ ୩ଟି ସ୍ଥାନରେ ଦାୟିତ୍ଵ ରହୁଥିବାରୁ ସେ ଦାୟିତ୍ଵକୁ ସୁଚରା ରୂପେ ତୁଲାଇ ପାରୁନଥିବା ସେ କହିଥିବା ବେଳେ ହିଞ୍ଜିଳିକାଟୁକୁ ଜଣେ ସ୍ଵତନ୍ତ୍ର ଯନ୍ତ୍ରୀଙ୍କୁ କାର୍ଯ୍ୟଭାର ଦେବା ପାଇଁ ସହର ବାସୀଙ୍କ ପକ୍ଷରୁ ଦାବୀ।

















