ବ୍ରହ୍ମପୁର,୧୧।୩(ଇ.ରଞ୍ଜନ): ଗଂଜାମ ଜିଲ୍ଲା ଅ।ସିକା ସହରରେ ଥିବା ରୂଷିକୁଲ୍ୟା ନଦୀ ତଟରେ ଚାଲିଥିଲା ଏକ ବଡ ଧରଣର ଜୁଅ। ଖେଳ । ଏହି ଜୁଅ। ଖେଳ ହୋଲି ଉପଲକ୍ଷେ ଲାଗିଥିବା ବେଳେ ପୋଲିସ ସୂଚନା ପାଇ ଜୁଅ। ଖେଳ ଉପରେ ଅଚାନକ ଚଢାଉ କରିଥିଲା । ଚଢାଉ ବେଳେ କିଛି ଫେରାର ହୋଇଯାଇଥିବା ବେଳେ ଦଶ ଜଣ ଜୁଅ।ଡ୍ଡିକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛି । ସେମାନଙ୍କ ଠାରୁ ଦଶଟି ମୋଟର ସାଇକେଲ ସମେତ ନଗଦ ଏକ ଲକ୍ଷ 41 ହଜାର ଚାରିଶହ ଟଙ୍କା ଜବତ କରିଥିବା ଜଣାପଡିଛି । ସମସ୍ତ ଗିରଫ ଜୁଅ।ଡ୍ଡିଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

















