Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ୧୦୪ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ମହିଳା ସମାବେଶ

୧୦୪ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ମହିଳା ସମାବେଶ

352
ADVERTISEMENT

ପାରଳାଖେମୁଣ୍ଡି,୯/୩(ପ୍ରଭାତ କୁମାର ପାତ୍ର ) : ରବିବାର ଦିନ ବିଶ୍ୱ ମହିଳା ଦିବସ ଓ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ମହିଳା ସମାବେଶ ଆୟୋଜନ ହୋଇଥିଲା । ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ ମହିଳା ଏଥିରେ ଯୋଗଦାନ କରିଥିଲେ । ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁଙ୍କ ସମେତ ଦୁଇ ଜଣ ମହିଳା ପର୍ଯ୍ୟବେକ୍ଷକ ଏଥିରେ ଯୋଗଦେଇ ମହିଳା ସଶକ୍ତିକରଣ ଓ ବିଜୁ ବାବୁ, ନବୀନ ବାବୁଙ୍କ ମହିଳାଙ୍କ ବିକାଶ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ବକ୍ତବ୍ୟ ପ୍ରଦାନ କରିଥିଲେ । ନିର୍ବାଚନ ମଣ୍ଡଳୀ ର ୧୧ ଜଣ ପ୍ରମୁଖ ମହିଳା ପ୍ରତିଭାଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଆରମ୍ଭରେ ବିଜୁବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ସାଂସଦ ଓ ନେତୃବୃନ୍ଦ । ସଭା ଆରମ୍ଭରେ ଓ ଶେଷରେ ଆଦିବାସୀ ନୃତ୍ୟର ତାଳେ ତାଳେ ଝୁମି ଉଠିଥିଲେ ନେତା ଓ କର୍ମୀ । ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଂଗୀତ ସଂସଦର କୁନି କୁନି କଳାକାର ମାନେ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ମହିଳା ସମାବେଶଟି ଉଚ୍ଚକୋଟୀର ସାଫଲ୍ୟ ମଣ୍ଡିତ ହୋଇଥିଲା ।

Advertisement