ବୁଗୁଡା,୯/୩(ଡ଼ଃ କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଏସବିଆଇ ଏଟିଏମ ଭିତରେ ଅଳିଆ ଆବର୍ଜନା ପଡି ଅପରିଷ୍କାର ହୋଇଥିବା ବେଳେ ଟଙ୍କା ଉଠାଇବାକୁ ଯାଇଥିବା ଜଣେ ଗ୍ରାହକ ସଫା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଉପେନ୍ଦ୍ର ପୃଷ୍ଟି ନାମକ ଜଣେ ବ୍ୟକ୍ତି ଏହି ଏଟିଏମକୁ ଟଙ୍କା ଉଠାଇବାକୁ ଆସିଥିଲେ । ସେଠାରେ କାଗଜ, ଖଇନି ପ୍ୟାକ ପଡି ଅପରିଷ୍କାର ହୋଇଥିବା ଦେଖି ସେ ଝାଡୁ ଦ୍ୱାରା ଏଟିଏମ ଭିତରକୁ ସଫା କରିଥିଲେ । ଏଟିଏମଗୁଡିକୁ ସଫା ରଖିବା ପାଇଁ କିପରି ଧ୍ୟାନ ଦେଉନାହାଁନ୍ତି ସେଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶାଖା ପରିଚାଳକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉ

















