ବ୍ରହ୍ମପୁର,୯/୩,(ସୁଦାମ ମହାରଣା) : ଅଶରାଏ ବର୍ଷା ରେ ରେଶମ ସହର ବ୍ରହ୍ମପୁରର ଆସ୍କା ରୋଡ ଏକ୍ସସିସ ବ୍ୟାଙ୍କ ସାମାନା ରାସ୍ତା ଟି ବର୍ଷା ଜଳ ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା।ନର୍ଦ୍ଦମା ଜଳ ରାସ୍ତାଉପରେ ଢେର ଖେଳୁଥିଲା ।ଏହି ରାସ୍ତା ଦେଇ ଯାତାୟତ କରୁଥିବା ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।ସହରାଞ୍ଚଳ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଟି କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ଏହି ରାସ୍ତା ଟି ର ନର୍ଦ୍ଦମାର ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

















