କୁକୁଡ଼ାଖଣ୍ଡି,୯/୩,(ଈ.ରଞ୍ଜନ) : ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ମାର୍ଥାପଲି ଗ୍ରାମ ରେ ଜଣେ ଯୁବକ ମୋହନ ପାତ୍ରକୁ ଉକ୍ତ ଗ୍ରାମର ତିନି ଜଣ ଯୁବକ ମିଶି ଆକ୍ରମଣ କରିଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ମାର୍ଥାପଲି ଗ୍ରାମର ଟି. ମୋହନ ପାତ୍ର ନିଜ ସାହିର ରାଧାକୃଷ୍ଣ ମନ୍ଦିର ନିକଟରେ ଥିବା ସମୟରେ ଉକ୍ତ ଗ୍ରାମ ୩ଜଣ ଯୁବକ ମୋହନର ମୁଣ୍ଡ ଓ କାନକୁ ଏକ ଲୁହା ରଡ଼ ଓ ପଥରରେ ଆକ୍ରମଣ କରିଥିଲେ । ଏହା ଦେଖି ମୋହନର ଭଉଣି ବୁଲି ପାତ୍ର ନିଜ ଭାଇକୁ ବଞ୍ଚାଇ ବା ସମୟ ରେ ତିନି ଯୁବକ ବୁଲିକୁ ଅସଭ୍ୟ ଭାଷାରେ ଗାଳି କରିବା ସହ ତାଙ୍କ ୮ତୋଳାର ସୁନା ଚେନ ନେଇଥିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମୋହନ ନିମଖଣ୍ଡି ଫାଣ୍ଡିରେ ଅଭିଯୋଗ କରିଛନ୍ତି । ନିମଖଣ୍ଡି ଫାଣ୍ଡି ଅଧିକାରୀ ଧୋବା ସ୍ୱାଇଁ କହିଛନ୍ତି l ଅଭିଯୋଗକୁ ଥାନାରେ କେଶ ନଂ 72/19 ମାମଲା ରୁଜୁକରି ତଦନ୍ତ ଚଳାଇବା ସହ ଖୁବଶୀଘ୍ର ଆସାମୀକୁ ଗିରଫ କରିବେ ବୋଲି ଏସଆଇ ଧୋବା ସ୍ୱାଇଁ ସୂଚନା ଦେଇଛନ୍ତି l

















