କୋଦଳା,୯/୩,(ସୂର୍ଯ୍ୟନାରାୟଣ ବଡୁ) : ରବିବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପରିସରରେ କୋଦଳା ତାଲୁକା ଆଇନ ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କୋଦଳା ସବଜଜ ବିଷ୍ଣୁଦେବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୂଖ୍ୟ ଅତିଥି ଭାବେ ଜେଏମ୍ଏଫସି କୁମାରୀ ସୁକନ୍ୟା ଶତପଥୀ, ସ୍ଵତନ୍ତ୍ର ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ , କୋଦଳା ଆଇନଜୀବି ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ତାରିଣୀ ଚରଣ ପଟ୍ଟନାୟକ,ଆଇନଜୀବି ବିଜୟଲକ୍ଷ୍ମୀ ପଟ୍ଟନାୟକ, ସରକାରୀ ଓକିଲ ନୀଳାଞ୍ଚଳ ସ୍ଵାଇଁ ସମେତ ଅନ୍ୟ ମାନେ ଯୋଗ ଦେଇ ମହିଳା ସଶକ୍ତିକରଣ, ନାରୀ ସର୍ବଶକ୍ତିର ଆଧାର ନାରୀ ବିନା ଏ ସମାଜ ଅସମ୍ଭବ ଆଦି ବିଷୟରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇଥିଲେ ।

















