Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ତାରାତାରିଣୀ ପୀଠରେ ଚୈତ୍ର ମଙ୍ଗଳବାର ୧୦ରୁ ଯାତ୍ରା ଆରମ୍ଭ : ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ପ୍ରସାଦ...

ତାରାତାରିଣୀ ପୀଠରେ ଚୈତ୍ର ମଙ୍ଗଳବାର ୧୦ରୁ ଯାତ୍ରା ଆରମ୍ଭ : ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ପ୍ରସାଦ ବ୍ୟବସ୍ଥା

276
ADVERTISEMENT

ବ୍ରହ୍ମପୁର ୯/୩,(ସୁଦାମ ମହାରଣା) : ଆଉ ଦିନକ ପରେ ଅର୍ଥାତ୧୦ତାରିଖରୁ ଦେଶର ପ୍ରମୁଖ ଶକ୍ତିପୀଠ ମା ତାରାତାରିଣୀଙ୍କ ପୀଠ ରେ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହେଉଛି । ୫ଟି ପାଳି ପଡୁଥିବାରୁ ଜିଲ୍ଲା ପ୍ରଶାସନ ମନ୍ଦିର ଟ୍ରଷ୍ଟ ବୋର୍ଡ, ମନ୍ଦିର ଉନ୍ନୟନ କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସର୍ବ ସାଧାରଣ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା ଉଛେଦ କରାଯାଇ,ସ୍ବତନ୍ତ୍ର ଦର୍ଶନ ଟିକେଟକୁ ୫୦ପରିବର୍ତେ ୧୦୦ଟଙ୍କା କରାଯାଇଛି । ମନ୍ଦିର ଉପରଦେଶରେ ପିଲାଙ୍କ ମୁଣ୍ଡନ ବନ୍ଦ କରାଯାଇ,ସିଂହ ଦ୍ଵାର ନିକଟରେ ଗୋଟିଏ ସ୍ଥାୟୀ ମୁଣ୍ଡନ ଶାଳ ଓଦୁଇଟି ଅସ୍ଥାୟୀ ମୁଣ୍ଡନ ଶାଳ ନିର୍ମାଣ କରାଯାଇଛି।ଏଥିପାଇଁ ୫୦୦ଜଣ ଭଣ୍ଡାରିକୁ ସ୍ୱିକୃତି ଦିଆଯାଇଛି । ପ୍ରଥମ ଥର ପ୍ରଥମ ପାଳିରେ ମାଗଣା ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ।
ସ୍ବତନ୍ତ୍ର ଆଲୋକ ମାଳା ଓ ବିଭିନ୍ନ କିସମ ର ଫୁଲଗଛ ଲଗାଯାଇଛି । ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ପାଇଁ ୬୦୦ରୁ ଅଧିକ ପୋଲିସ ମୁତୟନ ରହିବେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୀଠରେ ପହଞ୍ଚି ପ୍ରସ୍ତୁତି ତଦାରଖ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ,ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ରସାହୁ, ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,
ପୁରୁଷୋତ୍ତମପୁର ତହସିଲଦାର ଅରୁଣ ନାୟକ, ବିଡିଓ ସିମାଞ୍ଚଳ ମହାନ୍ତି, ମନ୍ଦିର ନିର୍ବାହୀ ଅଧିକାରୀ ଟି କେ ରେଡି ,ପୁରୁଷୋତ୍ତମପୁରର ଥାନାର ସେକେଣ୍ଡ ଅଫିସର ସୁନିଲ ପ୍ରଧାନ ଓ ବିଦୁତ ଡିର୍ପାଟମେଣ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Advertisement