Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବିଦ୍ୟୁତ୍ ଆଘାତରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ

ବିଦ୍ୟୁତ୍ ଆଘାତରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ

266
ADVERTISEMENT

କୋଦଳା,୭।୩(ସୂର୍ଯ୍ୟ ନାରାୟଣ ବୁଡୁ): ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କଞ୍ଚାଣା ପଞ୍ଚାୟତର ରାଣୀପଡ। ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ରାଣିପଡା ଗ୍ରାମର ସଂଗୀତା ନାହାକ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଅଙ୍ଗନୱାଡି କାର୍ଯ୍ୟ ସାରି ଘରେ ପାଣି ଗରମ୍ କରିବା ବେଳେ ବିଦ୍ୟୁତ୍ ଆଘାତରେ ଆହତ ହୋଇଥିଲେ l ତାଙ୍କୁ ଗୁରୁତର ଅବସ୍ଥାରେ କୋଦଳା ମେଡିକାଲକୁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କୋଦଳା ଥାନା ସବ ଇନ୍ସପେକ୍ଟର ଅନିଲ କୁମାର ସାହୁ ମେଡିକାଲରେ ପହଂଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କହିଥିଲେ । ସଂଗୀତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇ ।

Advertisement