କୋଦଳା,୬/୩ (ସୂର୍ଯ୍ୟନାରାୟଣ ବଡୁ ) : କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶୁକ୍ରବାର ଦିନ ବେଗୁନିଆପଡ଼ା ବ୍ଳକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି l ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତର ମିରିଗିଲେଣ୍ଡି ଠାରେ ଆମ ଗାଁ ଆମ ବିକାଶ ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କାରେ ନିର୍ମିତ କୋଠଘର, ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳl ଠାରେ ରାଜ୍ଯ ଅର୍ଥ କମିଶନ ଯୋଜନାରେ ନିର୍ମିତ ରୁରାଲ ପାର୍କ, ଚନ୍ଦନପୁରରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ରଜକ ସାମାଜର କୋଠଘର,ସିଙ୍ଗଡାପୋଲି ଠାରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ କୋଠଘର, ଚିଙ୍ଗୁଡି ଖୋଲ ପଞ୍ଚାୟତର ଉସ୍ତାଳି ଠାରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ଚିତ୍ତବିନୋଦନ କେନ୍ଦ୍ରକୁ ଉଦଘାଟନ କରିଥିଲେ l ଅଙ୍ଗାରଗାଁ ଓ କେ. ବରିଡ଼ା ଗ୍ରାମରେ ୩୫ ଚତୁର୍ଦଶ ଅର୍ଥ କମିଶନ ଯୋଜନାରେ ନିର୍ମିତ ହେବାକୁ ଥିବା କଲ୍ୟାଣ ମଣ୍ଡପକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ lଏଥିରେ ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା, ବିଡିଓ ବେଦ ବର ପ୍ରଧାନ, ବିଜେଡି ବ୍ଳକ ସଭାପତି ବିଜୟ କୁମାର ଦୋରା, ଜୀଲା ପରିଷଦ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ଗୀତାଞ୍ଜଳି ଭୂୟାଁ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା,ବ୍ଲକ ଉପାଧ୍ୟକ୍ଷ ଭ୍ରମର ବର ଭୂୟାଁ, ସରପଞ୍ଚ , ସମିତି ସଭ୍ୟ , କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ l.


















