Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲା ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ

255
ADVERTISEMENT

ଛତ୍ରପୁର,୫/୩(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପଞ୍ଚାୟତ ରାଜ ଦିବସ ପାଳିତହୋଇଯାଇଛି। ଏଥିରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟ ରେ ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହୋଇପାରିବ ବୋଲି କହିଥିଲେ।
ଗାଁର ଉନ୍ନତି ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସସ୍ଥା ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି।ଗାଁରେ ଥିବା ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ର ମରାମତି ଓ ନିର୍ମାଣ ଦାୟିତ୍ୱ ପଞ୍ଚାୟତ ସମିତି କୁ ନ୍ୟସ୍ତ କରିଛନ୍ତି।ଅନ୍ୟ ପକ୍ଷରେ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲା ମୁକାବିଲା କରିବା ରେ ସଫଳ ହୋଇପାରିଛି।
ମୋ ଗୋ ଧନ ଯୋଜନାରେ ଗଞ୍ଜାମ ଜିଲ୍ଲାର ଚାଷୀ ଙ୍କ ପାଇଁ ଗୁହାଳ ଘର ନିର୍ମାଣ କରାଯିବ ।ଗୋ ମୂତ୍ର ଷ୍ଟୋରେଜ,ବାୟୋଗ୍ୟାଷ ଉତ୍ପାଦନ ୟୁନିଟ ପାଇଁ ଅନୁଦାନ ଦିଆଯିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ର ନିର୍ଦ୍ଦେଶକ ଇଞ୍ଜିନିୟରିଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ପ୍ରକଳ୍ପ ନିଦ୍ଦେଶକ କୃଷ୍ଣ ଚନ୍ଦ୍ର ପଣ୍ଡା, ମଞ୍ଚାସିନ ଥିଲେ।ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଓ ମହିଳା ସଙ୍ଘର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Advertisement