ବ୍ରହ୍ମପୁର,୬/୩ (ଗୁରୁପ୍ରସାଦ ପଟନାୟକ ) : ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ଼ଦମୋଦର ପଲ୍ଲୀ ବିଦ୍ୟାଳୟର ବର୍ଷିକୋଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବାସୁଦେବ ନାୟକ,ସମାଜସେବୀ ସୁରେନ୍ଦ୍ରନାଥ ଗୌଡ଼,ପୂର୍ବତନ ସରପଞ୍ଚ ଦିଲ୍ଲୀପ ସ୍ୱାଇଁ ବିଦ୍ୟାଳୟ ସଭାପତି ଦିଲ୍ଲୀପ ଗୌଡ ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷକ ସୁରେସେନ ସାହୁ ବାର୍ଷିକ ଉତ୍ସବ ବିବରଣୀ ପାଠ କରିଥିଲେ । ଶିକ୍ଷୟତ୍ରୀ ପ୍ରଜ୍ଞା ପ୍ରକା ଶିନୀ ପଟ୍ଟନାୟକ ଉପସ୍ଥାପିକା ଭାବେ ଦାୟିତ୍ଵ ତୁଲାଇଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଶିକ୍ଷକ ପବିତ୍ର ତ୍ରିପାଠୀ,ଜଗନ୍ନାଥ ପଢିହାରି,ଦୀପ୍ତି ନାୟକ ନମିତା ଦାସ ସହଯୋଗ କରିଥିଲେ । ସେହିପରି ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ପଣ୍ଡା, ଅତିରିକ୍ତ ଶିକ୍ଷାଧିକାରୀ ସୌରିଶଙ୍କର ବେହେରା,ପ୍ରଦୀପ ହୋତା,ବାସୁଦେବ ନାୟକ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଛାୟା ଦେବୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


















