ପୋଲସରା: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ, ଆଜି ବି ମନେ ପଡ଼ନ୍ତି ବିଜୁ ବାବୁ

295
ADVERTISEMENT

ପୋଲସରା, ୫/୪(ଡ଼ିଏଚ) : ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ ତମ ଜୟନ୍ତୀ ଗୁରୁବାର ଦିନ ପାଳନ ହୋଇଯାଇଛି। ପୋଲସରା ବ୍ଲକ ଓ ନଗର ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଉପସ୍ଥିତ ସମସ୍ତ ନେତା ଓ କର୍ମୀ ବିଜୁବାବୁଙ୍କ ପ୍ରତି ଗଭୀର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ମେଡିକାଲରେ ରୋଗୀମାନଙ୍କୁ ଫଳ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପ୍ରଧାନ,ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ,ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ବିଧାୟକଙ୍କ ବ୍ଲକ ପ୍ରତିନିଧି ସୁକାନ୍ତ କୁମାର ଭୂୟାଁ, ବିଧାୟକଙ୍କ ଏନଏସି ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ନଗର ଯୁବ ବିଜେଡି ସଭାପତି ଗୋପାଳ କୃଷ୍ଣ ସାହୁ,ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସମ୍ପାଦକ ସନ୍ତୋଷ କୁମାର ବେହେରା, ନରେନ୍ଦ୍ର କୁମାର ଦେବତା ପ୍ରମୁଖ ବିଜେଡି ନେତା ଓ ବହୁ କର୍ମୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Advertisement