Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗଡଦାମୋଦରପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ

ଗଡଦାମୋଦରପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ

487
ADVERTISEMENT

ଧରାକୋଟ, ୫/୪ (ଗୁରୁ ପ୍ରସାଦ ପଟନାୟକ) : ମୁଣ୍ଡମରେଇ କ୍ଲାଷ୍ଟର ଅଧୀନ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଓ ଉନ୍ନତୀ ଉଚ୍ଚ ବିଦ୍ୟାଳୟ ଗଡଦାମୋଦର ପଲ୍ଲୀର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ଼ଦମୋଦର ପଲ୍ଲୀ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବାସୁଦେବ ନାୟକ,ସମାଜସେବୀ ସୁରେନ୍ଦ୍ରନାଥ ଗୌଡ଼,ପୂର୍ବତନ ସରପଞ୍ଚ ଦିଲ୍ଲୀପ ସ୍ୱାଇଁ ବିଦ୍ୟାଳୟ ସଭାପତି ଦିଲ୍ଲୀପ ଗୌଡ ଉପସ୍ଥିତ ଥିଲେ ।

ପ୍ରଧାନଶିକ୍ଷକ ସୁରେସେନ ସାହୁ ବାର୍ଷିକ ଉତ୍ସବ ବିବରଣୀ ପାଠ କରିଥିଲେ । ଶିକ୍ଷୟତ୍ରୀ ପ୍ରଜ୍ଞା ପ୍ରକା ଶିନୀ ପଟ୍ଟନାୟକ ଉପସ୍ଥାପିକା ଭାବେ ଦାୟିତ୍ଵ ତୁଲାଇଥିଲେ। ଶେଷରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ପବିତ୍ର ତ୍ରିପାଠୀ,ଜଗନ୍ନାଥ ପଢିହାରି,ଦୀପ୍ତି ନାୟକ ନମିତା ଦାସ ସହଯୋଗ କରିଥିଲେ ।

ସେହିପରିଆବାସିକ ବିଦ୍ୟାଳୟ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ପଣ୍ଡା, ଅତିରିକ୍ତ ଶିକ୍ଷାଧିକାରୀ ସୌରିଶଙ୍କର ବେହେରା,ପ୍ରଦୀପ ହୋତା,ବାସୁଦେବ ନାୟକ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଛାୟା ଦେବୀ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Advertisement