କମିଶନରେଟ ପୁଲିସ୍‌କୁ ମିଲିଲା ବଡ ସଫଳତା: ଲୁଟେରା ଗ୍ୟାଙ୍ଗର ପର୍ଦାଫାସ, ଗିରଫ ହେଲେ ୪ ଲୁଟେରା

216
ADVERTISEMENT

ଭୁବନେଶ୍ୱର ୨/୭(ଡ଼ି ଏଚ ବି): କମିଶନରେଟ ପୁଲିସ୍‌କୁ ମିଲିଲା ବଡ ସଫଳତା । ଭୁବନେଶ୍ୱରରୁ ଲୁଟ ହେଉଥିବା କାର ଲୁଟେରା ଗ୍ୟାଙ୍ଗର ପର୍ଦାଫାସ। ଗିରଫ ହେଲେ୪ ଜଣ । ଜବତ ହେଲା ୩ଟି କାର, ୨ଟି ବାଇକ । ୨ଟି ବନ୍ଧୁକ  ।ଭୁବନେଶ୍ୱର, କଟକ ଓ ଆଠଗଡ ଅଞ୍ଚଳରୁ ଲୁଟ ହୋଉଥିଲା । ଚୋରା ଗାଡି ଲୁଟ ରେ ବ୍ୟବହାର କରୁଥିଲେ ଓ ପରେ ସେଇ ଗାଡିକୁ ବିକ୍ରି କରିଦେଉଥିଲେ । ଟଙ୍କା ପାଇଁ ଲୁଟ କରୁଥିଲେ । ବିଭିନ୍ନ ଜିଲ୍ଲାରେ ଏମାନଙ୍କ ନାମରେ ମାମଲା ଅଛି । ଦାମୀ ଗାଡିକୁ ୩୦ କିମ୍ବା ୪୦ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଗ୍ୟାଙ୍ଗ ର ଆଉକିଛି ଅଭିଯୁକ୍ତ ଫେରାର ଅଛନ୍ତି । ନୟାପଲ୍ଲୀ ଅଞ୍ଚଳରୁ ଗତ ମାସ ୮ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଇନୋଭା ଲୁଟ କରୁଥିବା ବେଳେ ବାଣୀବିହାର ଠାରେ ଆର୍ଟିଓ ଚେକିଂ ବେଳେ ଧରପଡିଥିଲେ ଓ ଗାଡି ଛାଡି ଫେରାର୍‌ ଥିଲେ । ତେବେ ଲୁଟେରାମାନେ ବ୍ୟବହାର କରିଥିବା ଗାଡିଟି ଫୁଲବାଣୀରୁ ଲୁଟ କରିଥିଲେ । ଏହି ଭଳି ଭୁବନେଶ୍ୱର ଓ କଟକ ର ବିଭିନ୍ନ ସ୍ଥାନରେ ଏଭଳି ଗାଡି ଚୋରି ରେ ସମ୍ପୃକ୍ତ ଥିଲେ, ମୁଖ୍ୟତଃ ତିନୋଟି ଗ୍ୟାଙ୍ଗ ସକ୍ରିୟ ରହି ଗାଡି ଚୋରି କରୁଛନ୍ତ, ଲୋକାଲ ଗ୍ୟାଙ୍ଗ,ଆନ୍ତ ଜିଲ୍ଲା ଗ୍ୟାଙ୍ଗ ଓ ଆନ୍ତ ରାଜ୍ୟ ଗ୍ୟାଙ୍ଗ।

Advertisement