ପୋଲସରା ପଞ୍ଚାୟତ ସମିତିର ୧୨ତମ ବୈଠକ

285
ADVERTISEMENT



ପୋଲସରା ୦୫/୩ (ଡ଼ିଏଚ) : ପୋଲସରା ପଞ୍ଚାୟତ ସମିତିର ଦ୍ୱାଦଶତମ ବୈଠକ ବୁଧବାର ଦିନ ସମିତି ସଭା ଗୃହରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।

ବିଡ଼ିଓ ଶମ୍ଭୁନାଥ ନନ୍ଦଙ୍କ ପ୍ରସ୍ତାବ କ୍ରମେ ଧାନମଣ୍ଡି, ହିତାଧିକାରୀଙ୍କ ବାସଗୃହ ନିର୍ମାଣ, ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା,ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟା ସୁଚିତ୍ରା ବିଷୋୟୀ, ଓ ସସ୍ମିତା ତରେଇ, ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ବେହେରା, ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ସରପଞ୍ଚ, ଏବଂ ସମିତି ସଭ୍ୟ ଓ ସଭ୍ୟା ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Advertisement