ଭୁବନେଶ୍ୱର,୪।୩(ବ୍ୟୁରୋ): ରାଜ୍ୟରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମହାନଗର ନିଗମ (ବିଏମ୍ସି)ର ୨ ଗାଡ଼ିକୁ ୩୨ ,୫୦୦ ଟଙ୍କା ଜରିମାନା କରାଯାଇଛି। ମଙ୍ଗଳବାର ରଘୁନାଥପୁର ପୋଲ ଉପରେ ଯାଞ୍ଚ ସମୟରେ ବିଏମ୍ସିର ୨ଟି ଅଳିଆବୁହା ଗାଡିକୁ ଆର୍ଟିଓ ସ୍କ୍ୱ।ଡ୍ ଧରିଛନ୍ତି। ବୀମା, ପଲ୍ୟୁସନ, ପ।ର୍ମିଟ ପାଇଁ ଗୋଟିଏ ଗାଡିକୁ ୨୨ ହଜାର ଏବଂ ଅନ୍ୟ ଏକ ଗାଡିକୁ ପଲ୍ୟୁସନ ଓ ସାଧାରଣ ଅପରାଧ ପାଇଁ ୧୦,୫୦୦ ଟଙ୍କା ଦଣ୍ଡ ଗଣିବାକୁ ପଡିଥିବା ସୂଚନା ମିଳିଛି।

















