Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବିଦ୍ୟାଳୟରେ ନିଦ୍ରାରେ ସ୍କୁଲ ଦିଦି

ବିଦ୍ୟାଳୟରେ ନିଦ୍ରାରେ ସ୍କୁଲ ଦିଦି

923
ADVERTISEMENT

କୁକୁଡ଼ାଖଣ୍ଡି,୩/୩(ଇଂ.ରଜନ): ରାଜ୍ୟସରକାରଙ୍କ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ନିମନ୍ତେ ଦିବାଆଲୋକରେ ସ୍ଵପ୍ନ ଦେଖୁଥିବା ବେଳେ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକର ଗୁରୁଣ୍ଠି ପଂଚାୟତ ଶ୍ରୀ ରଙ୍ଗରାଜପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଦିନ ଦ୍ୱିପ୍ରହରେ ଶିକ୍ଷୟତ୍ରୀ ଜଣକ ନିରବରେ ବିଦ୍ୟାଳୟର ଗୋଦାମଗୃହରେ କବାଟ ଦେଇ ଶୋଇଥିବା ଦେଖାଦେଇଛି l ଲୋକ କହିବା ଅନୁଯାୟୀ ବିଦ୍ୟାଳୟରେ ୨୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୈନିକ ଉପସ୍ଥିତ ଛାତ୍ରଛାତ୍ରୀ ଉପସ୍ଥାପନା ମାତ୍ର ପ୍ରାୟ ୭ ପିଲାଙ୍କ ଉପସ୍ଥିତ ରହୁଥିବା ରୁ ଶିକ୍ଷୟତ୍ରୀମାନେ କେତେ ବେଳେ ଆସୁଥିବା ବେଳେ କେତେ ଆସୁନଥିବା ମଧ୍ୟ କୁଆଯାଉଛି l ଅବିଭାବକ ମାନେ ଦୀର୍ଘଦିନ ଧରି ୨ଟି ଶିକ୍ଷୟତ୍ରୀଙ୍କ ମଧ୍ୟରେ ପ୍ରଧାନଶିକ୍ଷୟତ୍ରୀ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ଜଣକ ମନମୁଖି କାର୍ଯ୍ୟକଳାପକୁ ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ୍ୟ ବିଭାଗୟ ଅଧିକାରୀଙ୍କ ନିରବଦ୍ରଷ୍ଠା ସାଜିଛନ୍ତି । ପ୍ରଧାନଶିକ୍ଷୟତ୍ରୀ ଜଣକ ସ୍କୁଲରେ ଉପସ୍ଥିତ ରହି ପାଠ ବଦଳରେ ନିଦରେ ଶୋଇବାକୁ ନେଇ ସାଧାରଣରେ ଶିକ୍ଷା ବିଭାଗର କାର୍ଯ୍ୟକଳାପକୁ ନିନ୍ଦା କରାଯାଉଛି l

Advertisement