Friday, October 16, 2026
ADVERTISEMENT
Home ଆଞ୍ଚଳିକ ୭୦ ତମ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଶୁଭାରମ୍ଭ

୭୦ ତମ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଶୁଭାରମ୍ଭ

407
ADVERTISEMENT

ପାରଳାଖେମୁଣ୍ଡି, ୨/୭ପ୍ରଭାତ କୁମାର ପାତ୍ର :– ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ କେରାଣ୍ଡି ପଞାୟତର ବି. ସିତାପୁର ଗ୍ରାମ ସ୍ଥିତ ଗୋପିନାଥ ଗଜପତି ଉଚ୍ଚ ବିଦ୍ୟାଳୟ ପରିସରରେ ବନବିଭାଗର ଦେବଗିରି ରେଞ୍ଚର ପକ୍ଷରୁ ୭୦ ତମ ବନମହୋସ୍ବବ ସପ୍ତାହ ପାଳନର ଶୁଭାରମ୍ଭ ହୋଇଯାଇଛି। ରେଞ୍ଜ ଅଧିକାରୀ ଏମ. ନରସିଂହଙ୍କ ସଭାପତି ଦ୍ୱାରା ବନ ସଂରକ୍ଷଣ ଅଧିକାରୀ ପ୍ରଭାକର ନାୟକ ଯୋଗ ଦେଇ ଉତାପ୍ତ ପୃଥିବୀକୁ ଶୀତଳ ମୁଖ୍ୟ ଉପାୟ ହେଲା ସବୁ ଆଡେ ଗଛ ଲଗାଇ ପରିବେଶ ସବୁ ଜୀମା କରିଦେବା। ଜଙ୍ଗଲକୁ ସଂରକ୍ଷଣ କରି ନୁଆଗଡ ଲଗାଇବା ଏବଂ ସୁସ୍ଥ ପରିବେଶ ପାଇଁ ବୃକ୍ଷରୋପଣର ଆବଶ୍ୟକ ଉପରେ କହିଥିଲେ। ପ୍ରତେକ ନିଜର ଜନ୍ମ ଦିନ ସମେତ ପର୍ବ ପର୍ବାଣୀ ଦିନରେ ଅନ୍ତତଃ ଜଣେ ଗୋଟିଏ ଗଛ ଲଗାଇବା ଉପରେ ବିଶେଷ ଗୁରୁତ୍ବାରୋପ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେରାଣ୍ଡି ସରପଞ୍ଚ ରେଗିଟି ରାଣୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭ୍ର ନାରାୟଣ ଦାସ ପ୍ରମୁଖ୍ୟ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଥିଲେ।

Advertisement