କୁକୁଡାଖଣ୍ଡି,୦୨/୩ (ଇ.ରଞ୍ଜନ): ବିଦ୍ୟୁତ ବିଭାଗର ନୀରବତା ସାଜିଛି ଜନସାଧାରଣଙ୍କ ମୃତ୍ୟୁର ଡାକରା ଦିନକୁ ଦିନ ବିଦ୍ୟୁତ ବିଭାଗର କାର୍ଯ୍ୟକଳାପକୁ ନେଇ ଜନଅସନ୍ତୋଷର ହେଉଛି l ମେଣ୍ଢରାଜପୁର ଘଟଣା ପରେ ରାଜ୍ୟସରକାର ସମସ୍ତ ଅସଜଡ଼ା ବିଦ୍ୟୁତ ଭିତିଭୂମିକୁ ସଜାଡ଼ିବାପାଇଁ ବିଦ୍ୟୁତ ବିଭାଗକୁ ନିର୍ଦେଶ ଦେଇଥିଲେ l ହେଲେ କୁକୁଡାଖଣ୍ଡି ବିଦ୍ୟୁତ ବିଭାଗର ଦୁଷ୍ଟି ଆଡୁଆଳରେ ରହିଯାଇଛି ସର୍ବ ସାଧାରଣଙ୍କ ବାସସ୍ଥାନ ଅଞ୍ଚଳ ତଥା କୁକୁଡାଖଣ୍ଡି ତହସିଲ ଅଫିସ ନିକଟସ୍ଥ ବିଶ୍ୱେସ୍ୱର ନଗର ଥାର୍ଡ଼ଲାଇନରେ ଥିବା ହରି ପାଣିଗ୍ରାହୀଙ୍କ ଘର ସାମ୍ନାରେ ଯାଇଛି ୧୧କେ ଭି ର ବିଦ୍ୟୁତ ତାର, ତାହା ପୁଣି ଘରଠୁ ଦୁଇ ମିଟର ଦୂରରେ, ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ସେଠି ବସବାସ କରିବାକୁ ଡରୁଛନ୍ତି l ଏ ନେଇ ହରି ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ କିନ୍ତୁ ସେ କର୍ଣ୍ଣପାତ କରୁନାହାନ୍ତି l ଏହି ଟ୍ରାନ୍ସଫରମର କେତେବେଳେ କେଉଁ ଅଘଟଣ ଘଟାଇବା କିଛି କହିହବନି, କେବେ ପ୍ରଶାସନର ନିଦ୍ରା ଭାଙ୍ଗିବ ତାହାକୁ ନେଇ ପ୍ରଶ୍ନବାଛି ସୃଷ୍ଟି ହେବା ସହ କ୍ଷୟକ୍ଷତି ଘଟିବା ପୂର୍ବରୁ ତାର ସଜାଡି ବା ନିମନ୍ତେ ଦାବି ହୋଇଛି l

















