ପୋଲସରା,୦୨/୩ : (ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଣଛାଇ ଗ୍ରାମର ଖଦାଳ ସାହିର ୫ଜଣଙ୍କ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଗ୍ରାମକୁ ଯାଇ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ ସରକାରୀ ସହାୟତା ଶୀଘ୍ର ଯୋଗାଇଦେବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।

















