ମୋହନା ,୧।୩,(ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ବ୍ଳକ କର୍ଚ୍ଚବାଡି ଗ୍ରାମ ପଂଚାୟତର ୫ ନମ୍ବର ୱାର୍ଡର କର୍ଚ୍ଚବାଡି ଗ୍ରାମରେ ଏକ ମନ ମଉଜର ଭାବ ଭକ୍ତିର ପ୍ରବଚନ ଆରମ୍ଭ ହୋଇଛି । ଭାବ ଭକ୍ତିର ସଂକିର୍ତନ ସହ ପ୍ରବଚନ ଚାଲୁ ରହିଛି । ଦାଉଣି ଗ୍ରାମର ବିମ୍ବାଧର ଦାସ ଏକ ସୁନ୍ଦର ଭାବରେ ପ୍ରବଚନ ଆରମ୍ଭ କରିଥିଲେ । ଏହି ଭାବଭକ୍ତିର ପ୍ରବଚନରେ କଳସୀଧରି ଗ୍ରାମ୍ୟ ପରିଭ୍ରମଣ କରିବା ସହ ହୋମ ଯଜ୍ଞ ଓ ଅର୍ଣ୍ଣ ଯଜ୍ଞ ମହାଆଡମ୍ବରରେ ହୋଇଥିଲା । ଏହି ଅର୍ଣ୍ଣ ଯଜ୍ଞରେ ଅଣ୍ଣ ପ୍ରସାଦ ସମସ୍ତ ଗ୍ରାମବାସୀ ସେବନ କରିବା ସହ ଆଖ ପାଖ ଗ୍ରାମର ସମସ୍ତ ଜନସାଧାରଣ ଆସି ଭାବ ଭକ୍ତିର ପ୍ରବଚନ ଶୁଣିଥିଲେ । ବିମ୍ବାଧର କହିଥିଲେ କି ଏମିତି ଭାବ ଭକ୍ତିର ପ୍ରବଚନ ଏହି ଗ୍ରାମରେ ଅନୁଷ୍ଠିତ କରାଯାଇଛି ବହୁ ଖୁସିର ବିଷୟ ବୋଲି କହିଥିଲେ । ଏହି ଭାବ ଭକ୍ତିର ପ୍ରବଚନରେ ଗ୍ରାମରେ ଥିବା ମା ବ୍ରାହ୍ମଣୀଦେବୀ ଯୁବକ ସଂଘର ସମସ୍ତ ସହଯୋଗ କରିଥିଲେ ଏବଂ ଗ୍ରାମର ସମସ୍ତ ଜନସାଧାରଣଙ୍କ ସହମତିରେ ଅନୁଷ୍ଠିତ ହୋଇଥିଲା । ଏହି ଭାବ ଭକ୍ତିର ପ୍ରବଚନରେ ଯୁବକ ସଂଘର ସଭାପତି ମୋହନା ଗୌଡ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ପଂଚାନନ ଦାଶ ଓ ମଧୁସୁଦନ ପାଢୀ ଉପସ୍ଥିତ ଥିଲେ ।

















