ସୋନମ୍‌ ପଲେଇ ହେଲେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ

610
ADVERTISEMENT

ବ୍ରହ୍ମପୁର ୨/୭(ଡ଼ି ଏଚ ବି): ବିଜେଡ଼ିର ସୋନମ୍‌ ପଲେଇ  ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଛନ୍ତି।   ଖାଲି ପଡ଼ିଥିବା ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦ ପାଇଁ ଆଜି (ମଙ୍ଗଳବାର) ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ସମ୍ମିଳନୀ କକ୍ଷରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ପଦଲାଗି ଖଲିକୋଟ ବ୍ଲକ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ସୋନମ୍‌ ପଲେଇ ବିଜେଡିରୁ ଜଣେ ମାତ୍ର ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଧିବଦ୍ଧଭାବେ ଘୋଷଣା ହୋଇନ ଥିଲେ ହେଁ ଜଣେ ମାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସୋନମ୍‌ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ବୋଲି ଜଣାଯାଇଥିଲା। ୨୦୧୭ରେ ଜିଲ୍ଳା ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୬୯ଟି ସଦସ୍ୟ ବିଶିଷ୍ଟ ଜିଲ୍ଲା ପରିଷଦରେ ବିଜେଡି ୬୪ଟି ଜୋନ୍‌ ଦଖଲ କରିଥିଲା। ଛତ୍ରପୁର ୧୯ ନଂ ଜୋନର ସଦସ୍ୟ ସୁବାସ ବେହେରା ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ତେବେ ଗତ ବିଧାନସଭା ନିର୍ବାଚନରେ ସେ ଛତ୍ରପୁରରୁ ବିଧାୟକ ଭାବେ ନିର୍ବାଚିତ ହେବାପରେ ଏହି ପଦବୀ ଖାଲି ପଡ଼ିଥିଲା। ତାଙ୍କ ସ୍ଥାନରେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ଦାୟିତ୍ୱରେ ରହିଥିଲେ।

Advertisement