Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗାନ୍ଧୀନଗର ରାସ୍ତାରେ କୁଢ଼କୁଢ଼ ମଇଳା ବ୍ରହ୍ମପୁର ନିଗମ କେତେ ଜୋରିମନା ଦେବ ?

ଗାନ୍ଧୀନଗର ରାସ୍ତାରେ କୁଢ଼କୁଢ଼ ମଇଳା ବ୍ରହ୍ମପୁର ନିଗମ କେତେ ଜୋରିମନା ଦେବ ?

380
ADVERTISEMENT

ବ୍ରହ୍ମପୁର,୧ା୩(ବ୍ୟୁରୋ): ବ୍ରହ୍ମପୁର ମହାନଗର ନିଗମର ଗାନ୍ଧୀନଗର ଛକ ଠାରୁ କଂଗ୍ରେସ ଅଫିସ ଯାଏ ଲମ୍ବିଥିବା ରାସ୍ତାକୁ ସହରର ଅନ୍ୟତମ ଜୀବନରେଖା ସଦୃଶ୍ୟ ସେହି ରାସ୍ତା ମହାନଗର ନିଗମ ଅଣଦେଖା କରୁଥିବା ବେଳେ ନାଳ ସଫେଇ ନାମରେ ଗତ ଏକ ସପ୍ତାହ ହେବ ରାସ୍ତାର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ମଇଳା ପଡି ରହିଥିବାବେଳେ ତାହାକୁ ଉଠାଇବା ପାଇଁ ନିଗମ କର୍ତ୍ତୃପଢ଼ ଚରମ ଅବହେଳା ପଦର୍ଶନ କରୁଥିବା ଯୋଗୁଁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ।

ସହରର ବିଭିନ୍ନ ସ୍ଥାନକୁ ଯିବା ଆସିବା ପାଇଁ ସେହି ରାସ୍ତାଟି ଏକ ପ୍ରମୁଖ ରାସ୍ତାଭାବେ ସାଧାରଣ ବ୍ୟବହାର କରିଥାନ୍ତି । ସହରକୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ କର୍ତ୍ତୃପକ୍ଷ ରାତ୍ରିକାଳୀନ ସଫେଇର ବ୍ୟବସ୍ଥା କରିଥିବା ବେଳେ ନାଳନର୍ଦ୍ଧମା ଭିତରେ ହିଁ ଅଳିଆ ଗୁଡିକ ଫୋପାଡି ଯାଉଥିବା ଅଭିଯୋଗ ହେଉଛି ।

ଦୋକାନ ଏବଂ ବ୍ୟବସାୟୀ ପ୍ରତିଷ୍ଟାନର ୫ମିଟର ପରିଧି ଭିତରେ ଅଳିଆ ପକାଇଲେ ଏବଂ ସେହିଭଳି ଆଉ କିଛି ବର୍ଜ୍ୟବସ୍ତୁ ଦ୍ୱାରା ଅପରିସ୍କାର ପରିବେଶ ସୃଷ୍ଟି କଲେ ସଂପୃକ୍ତ ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନକୁ ମୋଟା ଅଙ୍କର ଜୋରିମନା ଖୋଦ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଗମ କର୍ତ୍ତୃପକ୍ଷ ଆଦାୟ କରୁଥିବାବେଳେ ନିଗମ ଦ୍ୱାରା ଅପରିଷ୍କାର ତଥା ପରିବେଶ ଦୂଷିତ ପାଇଁ ନିଗମ କେତେ ଟଙ୍କା ଜୋରିମାନା ଦେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? କେବଳ ଗାନ୍ଧୀନଗର ରାସ୍ତା ଏବଂ ଉଦାହରଣ ହୋଇଥିବା ବେଳେ ସହରର ଆହୁରି ଅନେକ ଅଞ୍ଚଳ ସମେତ ସହର ଉପକଣ୍ଠ ପ୍ରସ୍ତାବିତ ନିଗମାଞ୍ଚଳ ରାସ୍ତାଘାଟଗୁଡିକର ମଧ୍ୟ ପରିବେଶ ପ୍ରତି ବିପଦ ଦେଖାଦେଇଛି ।

Advertisement