ADVERTISEMENT
Home ଆଞ୍ଚଳିକ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ବ୍ଳକସ୍ତରୀୟ କର୍ମଶାଳା

କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ବ୍ଳକସ୍ତରୀୟ କର୍ମଶାଳା

265
ADVERTISEMENT

ହିଞ୍ଜିଳିକାଟୁ,୧।୩,(ଶେଷଦେବ ସାହୁ) : ସହରାଂଚଳ ପରି ବର୍ତମାନ ଗ୍ରାମାଂଚଳରେ ମଧ୍ୟ ଆରମ୍ଭ କରାଯିବ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା । ଏହି ପରିପ୍ରେକ୍ଷୀରେ ସ୍ୱଛ ଭାରତ ମିଶନ ଆନୁକୂଲ୍ୟରେ ହିଂଜିଳିକାଟୁ ପଂଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ଗୃହ ପରିସରରେ ଶନିବାର କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କର୍ମଶାଳାରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ପ୍ରଶିକ୍ଷଣଦାତା ଭାବେ ଅଶ୍ୱିନ କୁମାର ପଟ୍ଟନାୟକ, ଜିଲ୍ଲା ପରିମଳ ପରାମର୍ଶଦାତା କିଶୋର ଚନ୍ଦ୍ର ମଣ୍ଡଳ, ଗ୍ରାମୀଣ ଜଳ ଓ ପରିମଳ ବିଭାଗୀୟ ଉପଖଣ୍ଡ ଯନ୍ତ୍ରୀ ଏ.ଟି.ବି ଶଙ୍କରନ୍, ଏବିଡ଼ିଓ ଅରୁଣ କୁମାର ପ୍ରଧାନ ଓ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ମଂଚାସୀନ ଥିଲେ । ସହରାଂଚଳ ପରି ଗ୍ରାମାଂଚଳରେ ମଧ୍ୟ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ସକାଶେ ଆସନ୍ତା ଏପ୍ରିଲ ମାସ ଠାରୁ ଗ୍ରାମାଂଚଳର ପ୍ରତ୍ୟେକ ଘରୁ କଠିନ ବର୍ଜ୍ୟବସ୍ତୁ ସହ ଅଳିଆ ଆବର୍ଜନା ସଂଗ୍ରହ କରିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଥିଲା । ଉକ୍ତ କାର୍ଯ୍ୟରେ ଗ୍ରାମାଂଚଳର ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ସାମିଲ କରାଯିବ । ଏଥି ସହ ଅଳିଆ, ଆର୍ବଜନା ସଂଗ୍ରହର ତରିକା, ସଂଗୃହୀତ ବର୍ଜ୍ୟବସ୍ତୁରୁ କଠିନ ଓ ହାଲୁକାକୁ ପୃଥକିକରଣ ନେଇ ମୁଖ୍ୟ ପ୍ରଶିକ୍ଷକ ପଟ୍ଟନାୟକ ତାଲିମ ପ୍ରଦାନ କରିଥିଲେ । ଆୟୋଜିତ କର୍ମଶାଳାରେ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ରବିନ୍ଦ୍ର କୁମାର ନାୟକ, ପ୍ରସନ କୁମାର ଦଳାଇ, ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ, ସରଂପଚ ଭାଣ୍ଡି ରବିନ୍ଦ୍ର, ରଘୁନାଥ ବେହେରା, ପିଇଓ, କନିଷ୍ଟ ଯନ୍ତ୍ରୀ, ଜିଆରଏସ, ଗ୍ରାମ ପଂଚାୟତ ମନିଟରଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଓ ବହୁ ସମିତି ସଭ୍ୟ, ସଭ୍ୟା ଅଂଶ ଗ୍ରହଣ କରିଥିଲେ ।

Advertisement