ହିଞ୍ଜିଳିକାଟୁ,୧।୩,( ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଭାରତୀୟ ରେଳ ବିଭାଗ ଓ ଟୁରିଜିମ୍ କର୍ପୋରେସନ୍ ମିଳିତ ସହଯୋଗରେ ବରିଷ୍ଟ ନାଗରିକଙ୍କ ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଉକ୍ତ ଯୋଜନାରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳି ବ୍ଳକ ପରିସରଭୁକ୍ତ ବିଭିନ୍ନ ଗ୍ରାମାଂଚଳର ୩୫ ଜଣ ବରିଷ୍ଟ ନାଗରିକ ବ୍ରହ୍ମପୁରରୁ ଶୁକ୍ରବାର ଟ୍ରେନରେ ଯାତ୍ରାରମ୍ଭ କରିଛନ୍ତି । ହିଂଜିଳି ବ୍ଳକ ଅଂଚଳରୁ ତୀର୍ଥ ଯାତ୍ରାରେ ଯାଇଥିବା ୩୫ ଜଣ ବରିଷ୍ଟ ନାଗରିକଙ୍କୁ ସ୍ଥାନୀୟ ପଂଚାୟତ ସିମିତି କାର୍ଯ୍ୟାଳୟ ପରିସରରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ସମେତ ବିଭିନ୍ନ ପଦାଧିକାରୀ ମାନେ ପୁଷ୍ପଗୁଛ ଦେଇ ସମର୍ଦ୍ଧନା ଜଣାଇଥିଲେ । ତୀର୍ଥଯାତ୍ରାରେ ଯାଇଥିବା ବରିଷ୍ଟ ନାଗରିକ ମାନେ ବ୍ରହ୍ମପୁରରୁ ଟ୍ରେନରେ ରାମେଶ୍ୱର, ମଦୁରାଇ, ତିରୁପତି ଦର୍ଶନ ସମେତ ଦକ୍ଷିଣ ଭାରତର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ଭ୍ରମଣ କରି ଫେରିବେ ବୋଲି ଜଣାପଡ଼ିଛି । ହିଂଜିଳି ବ୍ଳକର ବିଭିନ୍ନ ଗ୍ରାମାଂଚଳରୁ ଯାଇଥିବା ୩୫ ଜଣ ବରିଷ୍ଟ ନାଗରିକଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ନେଇ ବ୍ରହ୍ମପୁର ରେଳ ଷ୍ଟେସନକୁ ପଠାଯାିଥିବା ବେଳେ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ରହିବା ଖାଇବାେ ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଥିଲା ।

















