Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଏସ ଏଫ ଆଇ ତରଫରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ

ଏସ ଏଫ ଆଇ ତରଫରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ

333
ADVERTISEMENT

ବ୍ରହ୍ମପୁର,୧/୩,(ଡ଼ି.ଏଚ) : ଆଜି ସ୍ଥାନୀୟ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ଏସ ଏଫ ଆଇ ତରଫରୁ ଆୟୋଜିତ ଛାତ୍ର-ଛାତ୍ରୀ ମାନଙ୍କର ଜିଲ୍ଲା ସ୍ତରୀୟ ସମ୍ମିଳନୀକୁ ସଂଗଠନର ସର୍ବଭାରତୀୟ ଯୁଗ୍ମ ସମ୍ପାଦିକା ତଥା ଜେ ଏନ ୟୁ ନେତ୍ରୀ ଉଦଘାଟନ କରିଥିଲେ l ସଂଗଠନର ପୂର୍ବତନ ରାଜ୍ୟ ସଭାପତି ସୁରେଶ ପାଣିଗ୍ରାହୀ, ରାଜ୍ୟ ଆବାହକ ବିପ୍ଳବ ମିଶ୍ର ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ l ଯୁବ ନେତା ବସନ୍ତ ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶତାଧିକ ପ୍ରତିନିଧି ଯୋଗ ଦେଇ ଶିକ୍ଷା ସମସ୍ୟା ଉପରେ ଆନ୍ଦୋଳନ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି l ସଂଗଠନ ପରିଚାଳନା ପାଇଁ ଏକ ୧୭ଜଣିଆ କମିଟି ନିର୍ବାଚିତ ହୋଇଛି ମାନସ ରଞ୍ଜନ ଦାସ, ସତ୍ୟ ନାରାୟଣ ନାୟକ ଆବାହକ ଏବଂ ଚନ୍ଦନ ସ୍ୱାଇଁ ଯୁଗ୍ମ ଆବାହକ ଭାବେ ନିର୍ବାଚିତ ହୋଇଛନ୍ତି l ସମ୍ବିଧାନ ବିରୋଧୀ, ଜନବିରୋଧୀ ନାଗରିକତା ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକା, ଜାତୀୟ ଜନସଂଖ୍ୟା ପଞ୍ଜିକା ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଆହ୍ୱାନ ସହିତ ପ୍ରସ୍ତାବ ଗୃହୀତ ହୋଇ ଥିଲା l ଦିଲ୍ଲୀ ଦଙ୍ଗା ଅତି ଅଭାବନୀୟ ଏବଂ ଦୁଃଖଦ ଘଟଣା l
ସ୍ବରାଷ୍ଟ୍ର ମନ୍ତ୍ରୀ ଅନ୍ୟକୁ ଦୋଷ ନ ଦେଇ ତୁରନ୍ତ ଦଙ୍ଗା ପ୍ରତିହତ କରିବା ପାଇଁ ଏସ ଏଫ ଆଇ ଦାବୀ କରିଛି l ବସନ୍ତ ନନ୍ଦ, ଉପଦେଷ୍ଟା ଏସ ଏଫ ଆଇ ଗଞ୍ଜାମ ଜିଲ୍ଲା କମିଟି

Advertisement