Monday, September 28, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜେଇ ଜବତ ବିହାରର ଦୁଇ ଯୁବକ ଗିରଫ

ଗଞ୍ଜେଇ ଜବତ ବିହାରର ଦୁଇ ଯୁବକ ଗିରଫ

287
ADVERTISEMENT

ବୋରିଗୁମ୍ମା, ୨୯/୨(ଦୟାନିଧି ପଟନାୟକ) : ବୋରିଗୁମ୍ମା ପୋଲିସ ଦ୍ୱାରା ୪୩୬ କିଲୋ ଗଞ୍ଜେଇ ଜବତ କରିବା ସହ ବିହାର ଅଂଚଳର ଦୁଇ ଯୁବକକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଜବତ ଗଞ୍ଜେଇ ର ମୁଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଏନେଇ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ତଥ୍ୟ ଅନୁସାରେ ଗତ କାଲି ରାତି ପେଟ୍ରୋଲିଂ ସମୟରେ ୬୩ ନମ୍ବର ଜାତୀୟ ରାଜପଥ ସାଇ ଭୈରବୀ ଗ୍ୟାସ ଏଜେନସି ପାଖରେ ଟା ଟା ୧୨୦୯ ଟ୍ରକକୁ ପୋଲିସ ଅଟକାଇଥିଲେ। ସେହି ଟ୍ରକରେ ଦୁଇ ଯୁବକଙ୍କୁ ପଚରାଉଚରା ପରେ ସେହି ଟ୍ରକରେ ଗଞ୍ଜେଇ ଥିବା ସ୍ୱଷ୍ଟ ହୋଇଥିଲା।

ପରେ ପୋଲିସର ତଦନ୍ତ ପରେ ବିହାର ରାଜ୍ୟର ଦୁଇ ଯୁବକ ଗଞ୍ଜେଇ ନେଇ ଯାଉଥିବା ଜଣାପଡିଥିଲା। ସେହି ଦୁଇ ଯୁବକ ହେଲେ ବିହାର ରାଜ୍ୟ ବୈଶାଳି ଜିଲ୍ଲାର ଦୀପକ କୁମାର ରାୟ ବୟସ (୨୬) ବର୍ଷ ଏବଂ ବିକାଶ କୁମାର ଦାସ ବୟସ (୨୫) ବର୍ଷ। ଟ୍ରକର ମାଲିକ ନାଗାଲାଣ୍ଡ ରାଜ୍ୟର କହିମା ସହରର ବିପିନ କୁମାର ଯାଇଶ୍ୱଲ ବୋଲି ଥାନା ଆଇଆଇସି ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି।

ଏନେଇ ବୋରିଗୁମ୍ମା ଥାନାରେ ଏକ ମାମଲା କେସ ନମ୍ବର ୩୧ / ୨୦୨୦ ଏନ ଡ଼ି ପି ଏସ ଆକ୍ଟରେ ରୁଜୁ କରାଯାଇ ଦୁଇ ଦୁଇ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଛି।

Advertisement