ମୋହନା ୨୯/୦୨(ମୋହନ ଗୌଡ): ଶିକୁଳିପଦର ପଂଚାୟତ ଅଧିନସ୍ଥ କାମ୍ପଗୁଡା ଗ୍ରାମର ଅନୀଲ କୁମାର ଦଳାଇ (୨୫) ନିଜ ଆପାଚି ବାଇକ୍ ଯୋଗେ କୌଣସି କାମରେ ଲୁହାଗୁଡି ଅଭିମୁଖେ ଦୃତ ବେଗରେ ଯାଇଥିବା ସମୟରେ ଗାଡିର ଭାରସାମ୍ୟ ରକ୍ଷା କରିନପାରି ତଲାସିଂ ଗ୍ରାମ ନିକଟ ବୁଲାଣିରେ ଶଙ୍ଖତଳକୁ ଖସିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଏହି ସମୟରେ ପାରଳାଖେମୁଣ୍ଡି ଦମକଳ କେନ୍ଦ୍ର ଗାଡି କୌଣସି କାମରେ ବ୍ରହ୍ମପୁର ଯାଇ ପାରଳାଖେମୁଣ୍ଡି ଫେରୁଥିବା ବେଳେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ଅନୀଲକୁ ଦେଖି ସ୍ଥାନୀୟ ଶିକୁଳୀପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତିକରି ମୋହନା ଦମକଳକେନ୍ଦ୍ରକୁ ଖବରଦେଇଥିଲେ । ଶିକୁଳିପଦର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତି ଥିବା ଯୋଗୁଁ ସେଠାରେ କର୍ମଚାରୀଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଯିବା ପରେ ମୋହନା ଦମକଳ କେନ୍ଦ୍ର ଗାଡି ସେଠାରୁ ତାଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ତାଙ୍କର ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗି ରକ୍ତଶ୍ରାବ ହେଉଥିବା ଯୋଗୁଁ ଡାକ୍ତର ଆଶୁତୋଷ ଦାଶ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଯାଇଥିବା ସୂଚନା ଦେଇଛନ୍ତି ।

















