Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

621
ADVERTISEMENT

ବୋରିଗୁମ୍ମା,୨୯/୨(ଦୟାନିଧି ପଟନାୟକ):କୋରାପୁଟ ଜିଲ୍ଲା ବୋରିଗୁମ୍ମା କାଲାମ ଇଣ୍ଟରନେସନାଲ ସ୍କୁଲ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ଯୋଗୁଁ ବେଶ ଧୁମଧାମରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ସ୍କୁଲ ନିର୍ଦ୍ଧେଶକ ପଦ୍ମଲୋଚନ ରାଉତ ଏବଂ ପ୍ରିନ୍ସିପାଲ ଜୟଶ୍ରୀ ପରିଡାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତାର ପ୍ରସାଦ ବାହିନୀପତି, ସମ୍ମାନିତ ଅତିଥି ବିଜୟାନନ୍ଦ ପଟ୍ଟନାୟକ , ମୁଖ୍ୟ ବକ୍ତା ଭାଗବତ ପ୍ରସାଦ ଲେଙ୍କା ଏବଂ ପୀତବାସ ରାଉତ ଯୋଗ ଦେଇଥିଲେ। ପ୍ରଥମେ ବିଧାୟକ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସମସ୍ତ ଅତିଥି ମଞ୍ଚ ଉପରେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ ,ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏବଂ ଶେଷରେ ମୁଖ୍ୟ ଆକର୍ଷଣ ଥିଲା ମ୍ୟାଜିକ ଶୋ ଏବଂ କୁନି କୁନି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବାର୍ଷିକ ଉତ୍ସବରେ ସମସ୍ତ ଅବିଭାବକ, ଅବିଭାବିକା ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ।

Advertisement