ହିଞ୍ଜିଳି କାଟୁ , ( ୨/୭ ସେଶଦେବ ସାହୁ ): ହିଞ୍ଜିଳିକାଟୁ ପୌରାଞ୍ଚଳ ବିଜୁ ଯୁବ ବାହିନୀ ପକ୍ଷରୁ ସୋମବାର ଦିନ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷେଧ ନେଇ ଏକ ସଚେତନତା ରାଲି କରାଯାଇଥିଲା । ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ପୌରାଞ୍ଚଳ ବିଜୁ ଯୁବ ବାହିନୀ ସଦସ୍ୟ ମାନେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରିବା ଏବଂ ଏହାର କୁପରିଣାମ ନେଇ ହାତରେ ବ୍ୟାନର ଓ ପ୍ଲେ କାର୍ଡ ଧରି ଏବଂ ସ୍ଲୋ ଗାନ କରି ନଗର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ପୌରାଞ୍ଚଳ ବିଜୁଛାତ୍ର ଜନତା ଦଳ ସଭାପତି ରିଙ୍କୁ ପଣ୍ଡା ,,ଅଜୟ ଗୌଡ଼, ପପୁ ପଣ୍ଡା, ଅରୁଣ ପାଢି, ଏନ.ଅରୁଣ କୁମାର, ବସନ୍ତ ବେହେରା, ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର , କର୍ମଚାରୀ କୈଳାଶ ସାବତ,ବିବେକାନନ୍ଦ ମହାପାତ୍ର , ସମେତ ବିଜୁ ଯୁବ ବାହିନୀର ବହୁ କର୍ମକର୍ତା ଓ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ବିଜୁ ଯୁବ ବାହିନୀର ସଂଜଜିକା ରାଜ କୁମାର ମଲ୍ଲିକ ପରିଚାଳନା କରିଥିଲେ । ଆଗମି ଦିନରେ ପୌରାଞ୍ଚଳ ମଧ୍ୟରେ ବୃକ୍ଷରୋପଣ ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟକ୍ରମ କର।ଯିବ । ବୋଲି ବିଜୁ ଯୁବ ବାହିନୀର ସଂଯଯୋକ ମଲ୍ଲିକ କହିଛନ୍ତି ।