ତାଳଚେର:୨୮/୨(ପ୍ରବୀଣ କୁମାର ଦାସ):ତାଳଚେର କୋଲିୟାରୀ ପୋଲିସ ପକ୍ଷରୁ ଏକ ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି।ଏହି ନୂତନ କାର୍ଯ୍ୟାଳୟକୁ ଅନୁଗୁଳ ଏସ ପି ଜଗମୋହନ ମୀନା ଉଦଘାଟନ କରିଥିଲେ।ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ତାଳଚେର ଏସ ଡ଼ି ପି ଓ ଭବାନୀଶଙ୍କର ପ୍ରଥମେ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରାଇଥିଲେ। ତାଳଚେରର ସମସ୍ତ ପୋଲିସ କର୍ମଚାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟଙ୍କ ଦ୍ୱାରା ୧୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ନୂତନ କାର୍ଯ୍ୟାଳୟ ଓ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଆଇ ଆଇ ସି ସବ୍ୟସାଚୀ ରାଉତଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

















