କୁକୁଡାଖଣ୍ଡି:୨୮/୨(ଇ ରଞ୍ଜନ ):ଲୋଚାପଡା ମିଲସାହିରେ ଜଣେ ମହିଳା ନିଜ ଦେହରେ କିରୋସିନ ଢାଳି ପୋଡି ହୋଇଯାଇଥିବା ସଦରଥାନାରେ ଅଭିଯୋଗ ହୋଇଛି। ଖବରପାଇ ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ , ନିମଖଣ୍ଡି ଫାଣ୍ଡି ଅଧିକାରୀ ଧୋବା ସ୍ବାଇଁ ଘଟଣାସ୍ଥଳରେ ପହଞି ଶବ ବ୍ୟାବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇବା ସହ ଥାନାରେ ୬/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଲାଇଛନ୍ତି। ଖବର ମୁତାବକ ଜଗଦଳପୁରର ଏ.ରଂଜିତା ପାତ୍ର(୪୦)ବିବାହ ପରେ ନିଜ ସ୍ବାମୀଙ୍କ ସହ ମତାନ୍ତର ହୋଇ ସ୍ବାମୀ ପରିତ୍ୟକ୍ତା ପରେ ନିଜର ୧୪ ବର୍ଷର ପୁଅ ଓ ୮ ବର୍ଷର ଝିଅକୁ ନେଇ ଗତ ୩ ମାସ ହେଲା ରହି ଆସୁଥିଲେ। ନିଜେ ମୁଲ କାମକରି ପରିବାର ଚଳାଉଥିଲେ। ସ୍ବାମୀ ପରିତ୍ୟକ୍ତା ପରେ ସେ ମାନସିକ ଅବସାଦରେ ରହୁଥିଲେ। ବୁଧବାର ରାତ୍ରରେ ରଂଜିତାଙ୍କ ପୁଅ,ଝିଅ ଅଜାଘର ଜଗଦଳପୁରକୁ ଭୋଜି ଖାଇବାକୁ ଯାଇଥିଲେ ରାତ୍ର ସେଠାରେ ରହିଯାଇଥିଲେ। ଗୁରବାର ସକାଳ ୧୧ଟାରେ ଦୁଇ ପିଲା ଲୋଚାପଡା ସ୍ଥିତ ଭଡା ଘରକୁ ଯାଇଥିବା ବେଳେ ଘର ଭିତରପଟୁ ବନ୍ଧଥିଲା l ଓ ପରେ ଘର ଭିତରେ ପଶି ଦେଖିବା ବେଳେ ରଂଜିତା ସମ୍ପୂର୍ଣ ଭାବେ ପୋଡି ହୋଇଯାଇଥିଲେ। ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ମୃତ ରଂଜିତାଙ୍କ ବାପା ଏ.ଲଷ୍ମଣ ପାତ୍ର ନିମଖଣ୍ଡି ଫାଣ୍ଡିରେ ଅଭିଯୋଗ କରିଥିଲେ।

















