Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାପାଳଙ୍କ ସାନଖେମୁଣ୍ଡି ଗ୍ରସ୍ତ

ଗଞ୍ଜାମ ଜିଲ୍ଲାପାଳଙ୍କ ସାନଖେମୁଣ୍ଡି ଗ୍ରସ୍ତ

253
ADVERTISEMENT

ସାନଖେମୁଣ୍ଡି:୨୮/୨(ସପନ ଦାସ):ସାନଖେମୁଣ୍ଡିର ଗ୍ରାମାଞ୍ଚଳର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ସହ ସରକାରୀ ଅନୁଦାନ ଦିଆଯାଉଛି। ଗାଁର ରାସ୍ତା, ଶିଶୁ ପାର୍କ, ଉଦ୍ୟାନ ପାର୍କ ନିର୍ମାଣ ସହ, ପୋଖରୀ ମରାମତି ସମତେ ବହୁ ବିକାଶ ମୂଳକ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଗଂଜାମ ଜିଲ୍ଲାପାଳ ସାନଖେମୁଣ୍ଡି ଗ୍ରସ୍ତରେ ଆସିଥିବା ଦେଖିବାକୁ ମିଳିଛି।

ସାନଖେମୁଣ୍ଡି ବ୍ଲକ ଗ୍ରସ୍ତରେ ଜିଲ୍ଲାପାଳ ଜୀଉରା, ଆଡପଡା, ପୋଡାମାରି, ସିଙ୍ଗିପୁର ଆଦି ଗ୍ରାମରେ ଚାଲିଥିବା ଆଦର୍ଶ ପୋଖରୀ, ପାର୍କ, ଖେଳ ପଡିଆ, ଉଦ୍ୟାନ ରାସ୍ତା ଆଦି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସହ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ, ସହକାରୀ ଯନ୍ତ୍ରୀ ଭିକାରି ଖଣ୍ଡୁଆଳ ଓ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏତତ୍ ପରେ ଜିଲ୍ଲାପାଳ ସାନଖେମୁଣ୍ଡି ଅନ୍ତର୍ଗତ ଛଣମେରି ଆଦର୍ଶ ବିଦ୍ୟାଳୟ ପହଞ୍ଚିଥିଲେ। ଅଷ୍ଟମ ଶ୍ରେଣୀରେ ବିଜ୍ଞାନ ପଢ଼ାଉଥିବା ବେଳେ ଜିଲ୍ଲାପାଳ ଶ୍ରେଣୀ କକ୍ଷକୁ ଯାଇ ପିଲାମାନଙ୍କୁ ପାଠ ପଢ଼ାଇ ଥିଲେ। ଦୂର ଦୁରାନ୍ତରରୁ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ଆସିବା ହେଉଥିବା ପାଇଁ ଅସୁବିଧା ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲାପାଳ ପରିବହନ ବିଭାଗ ସହ ଆଲୋଚନା କରି ବସ ଯୋଗାଣ ପାଇଁ ପ୍ରତିଶୃତି ଦେଇଥିଲେ।

Advertisement