Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କୁକୁଡ଼ାଖଣ୍ଡି ଯୁବଜ୍ୟୋତି ଯୁବ ସଂସଦ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ l

କୁକୁଡ଼ାଖଣ୍ଡି ଯୁବଜ୍ୟୋତି ଯୁବ ସଂସଦ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ l

261
ADVERTISEMENT

କୁକୁଡ଼ାଖଣ୍ଡି,୨୭/୨(ଇ ରଞ୍ଜନ):କୁକୁଡ଼ାଖଣ୍ଡି ପଞ୍ଚାୟତ ପରିସରରେ ଆଜି ଯୁବଜ୍ୟୋତି ଯୁବ ସଂସଦ ତରଫରୁ ରକ୍ତଦାନ ବା ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏହି ଶିବିରକୁ ପଞ୍ଚାୟତ ସମିତି ଉର୍ଣ୍ଣୟନ ଅଧିକାରୀ ଗଦାଧର ପାତ୍ର ଶୁଭ ଉଦ୍ଘାଟନ କରିଥିଲେl ଏବଂ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଶରୀରର ରକ୍ତଦାନ ଦ୍ୱାରା ଶରୀର ହାଲ୍କାହେବା ସହ ଅନ୍ୟମାନଙ୍କର ଜୀବନକୁ ଉତ୍ସାହର ପ୍ରେରଣା ଦେଇଥାଏ ବୋଲି ମତପୋଷଣ କରିଥିଲେ l ତେଣୁ ବିଶେଷଜ୍ଞ ମାନେ ରକ୍ତଦାନକୁ ମହତ ପୂର୍ଣ୍ଣଭାବେ ବିବେଚନା କରିଛନ୍ତି l ଯୁବଜ୍ୟୋତି ଅନୁଷ୍ଠାନ ସଭାପତି ଡ଼ି.ଶଙ୍କର ଆଚାରୀଙ୍କ ଦ୍ୱାରା ରକ୍ତଦାନ ଶିବିର ଆୟୋଜନକୁ ଅତିଥି ମାନେ ପ୍ରଶଂସା ମଧ୍ୟ କରିଥିଲେ l ଏଥିରେ ସରପଞ୍ଚ ଅଦଲ ଚାନେୟା ,ଶିବାଜୀ ପାତ୍ର,ନନ୍ଦକିଶୋର ସହ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତରେ ରକ୍ତନମୁନା ଅନୁସନ୍ଧାନ କରିବା ସହ ୧ଶହ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l

Advertisement