Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜଳ ସମସ୍ୟା ନେଇ ଦାବିପତ୍ର

ଜଳ ସମସ୍ୟା ନେଇ ଦାବିପତ୍ର

342
ADVERTISEMENT


ଜି.ଉଦୟଗିରି,୨୭ା୨(ବ୍ୟୁରୋ): ମହିଳା ଜୀବିକା ସୁରକ୍ଷା ମଞ୍ଚ ଜି.ଉଦୟଗିରି ତରଫରୁ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମହିଳାମାନେ ପ୍ଲାକାର୍ଡ ଧରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଜି.ଉଦୟଗିରି ବ୍ଲକର ୮ ଗ୍ରାମପଞ୍ଚାୟତର ୫୭ ଗ୍ରାମକୁ ନିରାପଦ ପାନୀୟ ଜଳ ଏକ ମାସ ଭିତରେ ଯୋଗାଇ ଦେବାକୁ ମଞ୍ଚ ଦାବି କରିଛି। ଗ୍ରାମର ନଳକୂପ ଗୁଡ଼ିକରେ ଲୁହାଳିଆ ଗନ୍ଧଯୁକ୍ତ ପାଣି ବାହାରୁଛି । ଯାହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ମହିଳା ଜୀବିକା ସୁରକ୍ଷା ମଞ୍ଚ ସଭାନେତ୍ରୀ ସନ୍ଧ୍ୟାରାଣୀ ପ୍ରଧାନଙ୍କ ସହିତ ସମ୍ପାଦିକା ରିନୀମା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଶତାଧିକ ମହିଳାଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରିଥିଲ

Advertisement