ବ୍ରହ୍ମପୁର,୨୭/୨(ହିମାଂଶୁ ପାଢୀ):ବଡ ରେଢିକା ସାହିରେ ଭାରିଯାନ ପ୍ରବେଶକୁ ନେଇ ଉତ୍ତେଜନା ଓ ରାସ୍ତା ଅବରୋଧ ।ଆସିକା ରୋଡ ଠାରୁ ବାଲୁଙ୍କେଶ୍ୱର ମନ୍ଦିର ରୋଡ ଓ ପୁରୁଣା ବ୍ରହ୍ମପୁର ଅଞ୍ଚଳ ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଭାରି ଯାନ ଜାତୀୟ ରାଜପଥକୁ ଏହି ରାସ୍ତା ଦେଇ ଯାତାୟାତ କରନ୍ତି । ଫଳରେ ଦୈନିକ ଏହି ରାସ୍ତାରେ ଦୀର୍ଘ ସମୟ ଧରି ରାସ୍ତାଜାମ ହୋଇଯାଏ।ଦୀର୍ଘ ଘଣ୍ଟା ହେଲା ଏହି ରାସ୍ତାରେ ଗୋଟିଏ ଗ୍ରାନାଇଟ ବୋଝେଇ ଟ୍ରକ ରାସ୍ତା ପାର୍ଶ୍ଵରେ ଥିବା ନାଳ ମଧ୍ୟରେ ଅଟକି ରହିଛି ଫଳରେ ଯାତାୟାତରେ ବାଧା ପ୍ରାପ୍ତ ହୋଇଛି ।ଏହା ପ୍ରତି କୌଣସି ପଦକ୍ଷେପ ନ ନେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉକ୍ତ ରାସ୍ତାକୁ ଅବରୋଧ କରିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବଡବଜାର ପୋଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଇ ରାସ୍ତାରୁ ଗାଡିକୁ ବାହାର କରିବା ବନ୍ଦୋବସ୍ତ କରିବା ଚେଷ୍ଟା ଚଳାଇଛନ୍ତି ।

















