ବ୍ରହ୍ମପୁର,୨୭/୨(ସାହେବ ନାୟକ):ବ୍ରହ୍ମପୁରର ଅନ୍ଧପସରା ରୋଡ ସ୍ଥିତ ରୋୟାଲ ଫାର୍ମାସୀ କଲେଜର ବାର୍ଷିକ ଉତ୍ସବ ଅତି ଆଡମ୍ବର ସହ କଲେଜ କ୍ୟାମ୍ପସରେ ପାଳିତ ହୋଇଯାଇଅଛି l ୫୦୦ ଛାତ୍ରଛାତ୍ରୀ ୮୦ଜଣ ଷ୍ଟାଫ ମେମ୍ବର ଓ ଅଭିଭାବକଙ୍କ ଯୋଗଦାନରେ ଉତ୍ସବଟି ଅତି ଉପଭୋଗୀୟ ଓ ସ୍ମରଣୀୟ ହୋଇପାରିଛି l ଏହାର ମୁଖ୍ୟ ନିର୍ଦେଶକ ଓ ସଭାପତି ପ୍ରଫେସର ପି.ଏନ ମୂର୍ତ୍ତି ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହ ଏଥିରେ ସଂଲଗ୍ନ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସlହିତ କରିଥିଲେ ତଥା ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ. କେ. ସି. ଜି କଲେଜର ପ୍ରଫେସର ଡା ୱାଇ. ରୋଜା ରମଣୀ ମୁଖ୍ୟ ଅତିଥି ରୂପେ ଅଂଶ ଗ୍ରହଣ କରିଥିଲେ l ଏଥି ସହିତ ବ୍ରହ୍ମପୁର ଜୋନ ର ଅବସର ପ୍ରାପ୍ତ ଡି. ଆଇ ଶ୍ରୀ ଟି. ବାସୁଦେବ ରାଓ, ସଭାପତି ଡା. ଟି. ପ୍ରକାଶ ରାଓ, ଆର. ସି. ପି. ଏଚ. ଏସର ପ୍ରିନସିପାଲ ପ୍ରଫେସର ଏସ. କେ ପଣ୍ଡା ଯୋଗଦାନ ଦେଇଥିଲେ l ବାର୍ଷିକ ଉତ୍ସବ ପାଳନ କରିବା ସହିତ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ କରାଯାଇଥିଲା l ଏଥିରେ କଲେଜର ଛାତ୍ରଛାତ୍ରୀ ଓ କର୍ମକର୍ତାଙ୍କ ଦ୍ୱାରା ୧୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏଥି ସହିତ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଏବଂ ଅନ୍ତର୍ନିହିତ କଳା ପରିବେଷଣ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

















