Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲାରେ ଗଞ୍ଜେଇ ଜବତ, ୩ ଗିରଫ

ଗଜପତି ଜିଲ୍ଲାରେ ଗଞ୍ଜେଇ ଜବତ, ୩ ଗିରଫ

292
ADVERTISEMENT

ମୋହନା, ୨୬/୨ (ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ବ୍ଳକ ସମେତ ରାୟଗଡା, ରା.ଉଦୟଗିରି, ନୁଆଗଡ ଆଦି ଅଂଚଳରୁ ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢାଉରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରୁଛନ୍ତି । ତଥାପି ଚୋରା ଗଞ୍ଜେଇର ଭୁସ୍ୱର୍ଗ ପାଲଟିଥିବା ମୋହନା ବ୍ଳକରୁ ଗଞ୍ଜେଇ ଚୋରା ବେପାରୀଙ୍କ ପାଦୁର୍ଭାବ କମିବାର ନା ଧରୁନି । ପ୍ରତ୍ୟେକ ବର୍ଷ ଜିଲ୍ଲା, ରାଜ୍ୟ ଓ ଦେଶବାହାରକୁ ମଧ୍ୟ କୋଟି କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଲାଣ ହେବାର ନଜିର ରହିଛି ।

ଏହି ପରିପେକ୍ଷୀରେ ଅଡବା ଥାନା ଅନ୍ତର୍ଗତ ଚୁଡଙ୍ଗପୁର ଓ ଅନ୍ତରବା ମଧ୍ୟବର୍ତୀ ମୁଖ୍ୟ ସଡକ ନିକଟରୁ ଆଜି ମଙ୍ଗଳବାର ସକାଳ ୪ଟା ସମୟରେ ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ବିଶେଷ ସୁତ୍ରରୁ ଖବର ପାଇ ସଦଳବଳେ ଚଢାଉ କରିଥିଲେ । ସନ୍ଦେହ ଜନକ ଭାବେ ରାସ୍ତା କଡରେ କାରଟିକୁ କିଛି ଦୁରରେ ରଖି କଥାବାର୍ତା ହେଉଥିଲେ ।

ଗଜପତି ଜିଲ୍ଲା ରାୟଗଡ ବ୍ଳକର ମନୋନିତ ମାଳି (୨୯), କିଶୋର କୁମାର ପରିଚ୍ଛା(୪୫), ସଞ୍ଜିବ କୁମାର ପରିଚ୍ଛା (୨୭) ୩ଟି ଅଖା ବସ୍ତାରେ ୭୬.୨୦୦ କେଜି ଗଞ୍ଜେଇ ଚୁଡଙ୍ଗପୁର ଅଂଚଳରୁ ସଂଗ୍ରହ କରି ଭୁବନେଶ୍ୱର ଅଭିମୁଖେ ଚାଲାଣ କରିବାକୁ ସ୍ୱିଫ୍ଟ ଡିଜାଇର କାର ନଂ ଓଡି ୨୦ ୮୧୪୧କୁ ନିୟୋଜିତ କରିଥିଲେ ।

ଏହି ସମୟରେ ଅଡବା ଥାନା ଅଧିକାରୀ ଓ କର୍ମଚାରୀ ପହଂଚି ସେମାନଙ୍କୁ ତଦନ୍ତ କରିବା ସମୟରେ କାର ଭିତରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିଲା । ଉକ୍ତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୧୦ ଲକ୍ଷ ହେବ ବୋଲି ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ମୋହନା ଥାନାରେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ଅପରପକ୍ଷେ ମୋହନା ଓ ଅଡବା ଥାନା ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ପୁଲିସ ଜବତ କରୁଥିବା ବେଳେ ଅବକାରୀ ବିଭାଗ ଚିର ନିଦ୍ରାରେ ଶୋଇଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କେବେ ମୋହନା ବ୍ଳକରୁ ଗଞ୍ଜେଇ ଲୋପ ପାଇବ ତାହା ଦେଖିବାକୁ ବାକି ରହିଲା ବୋଲି ଅଂଚଳରେ ଚର୍ଚ୍ଚା ହେଉଛି ।

Advertisement