Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗୋଟିଏ ଘରୁ ମିଳିଲା ତିନି ମୃତଦେହ ଉଦ୍ଧାର

ଗୋଟିଏ ଘରୁ ମିଳିଲା ତିନି ମୃତଦେହ ଉଦ୍ଧାର

384
ADVERTISEMENT

ଛତ୍ରପୁର,୨୬/୨(ସାହେବ ନାୟକ): ଗୋଟିଏ ଘରୁ ମିଳିଲା ୩ ମୃତଦେହ । ଛତ୍ରପୁର ଥାନା ପାଲିଆ ଛତ୍ରପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ବୃନ୍ଦାବନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସ୍ତ୍ରୀ ଓ ଝିଅର ମୃତଦେହ ତଳେ ପଡିଥିବା ଦେଖିବାକୁ ମିଳିଛିସୂଚନାଯୋଗ୍ୟ ଯେ, ଗୋଟିଏ ଘରୁ ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଉର୍ମିଳା ବେହେରା ଓ ଝିଅ ସୁନିତା ବେହେରା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି ବ୍ରିଜେସ୍‌ କୁମାର ରୟ ଏବଂ ତାଙ୍କ ସହ ଛତ୍ରପୁର ଏସ୍‌ଡିପିଓ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisement