କୁକୁଡାଖଣ୍ଡି,୨୫।୨,(ଇ.ରଞ୍ଜନ) : ଶାସକ ଦଳର ଜଣେ ବର୍ତ୍ତମାନର ସରପଞ୍ଚକଂ ଘର ଉପରୁ ବୋମାମାଡ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ଘଟଣା ମୁତାବକ କୁକୁଡାଖଣ୍ଡି ବ୍ଲକ ହୁଗୁଳାପଟା ପଞାୟତର ବତ୍ତମାନର ସରପଞ୍ଚ ପ୍ରଦୀପ କୁମାର ମଲାଣ କଂ ବାଲାଜୀପଲ୍ଲୀ ସ୍ଥିତ ଘର ଉପରକୁ ଉକ୍ତ ଗ୍ରାମର ଜଣେ ଜେଲଫେରନ୍ତା ଯୁବକ ଗଗାଂଧର ଦାସ(୫୦)ସୋମବାର ରାତ୍ର ୭ଟା ସମୟରେ ୩ଟି ବୋମା ଫିଗିଂବା ସହ ଏକ ଖଣ୍ଡା ଧରି ଘରୁ ବାହାରିଲେ ।୧୯୯୫ ମସିହା ଜୁଲାଇ ୧୨ ତାରିଖରେ କୌଣସି କାରଣରୁ ଗଗାଂଧର ଦାସ ଓ ତାକଂ ସମ୍ପର୍କୀୟ ଭାଇ ରମେଶଦାସ ଉଭୟ ଏକ ଖଣ୍ଡା ସାହାଯ୍ୟରେ ସରପଞ୍ଚ ପ୍ରଦୀପ ମଲାଣକଂ ଭାଇ ଅନୁପ ମଲାଣକୁଂ ହାଣି ହତ୍ୟା କରିଥିଲେ । ହତ୍ୟା ଅଭିଯୋଗରେ ଉଭୟକୁଂ ଆଜୀବନ କାରାଦଣ୍ଡ ମଧ୍ୟ ହୋଇଥିଲା। ପରେ ଗଗାଂଧର ୧ବର୍ଷ ହେଲା ଜେଲରୁ ଆସିଥିଲା । ପୂବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ନିମଖଣ୍ଡି ଫାଣ୍ଡି ଅଧିକାରୀ ଧୋବା ସ୍ବାଇଁ ଘଟଣାସ୍ଥଳରେ ପହଞି ତଦନ୍ତ ଚଲାଇଥିବା ବେଳେ ଘଟଣାପରଠୁ ଗଗାଂଧର ଫେରାର ଥିବା ସୂଚନା ଦେଇଛନ୍ତି। ସୂଚନା ଥାଉକି ଗତ ଏକ ସପ୍ତାହ ତଳେ ସରପଞ୍ଚ ପ୍ରଦୀପ କୁମାର ମଲାଣକଂ କାଯ୍ୟରେ ଅସନ୍ତୁଷ୍ଟ ହୋଇ କିଛି ୱାର୍ଡ ସଭ୍ୟ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ପରେ ସରପଞ୍ଚ ନିଜ ବହୁମତ ସାବ୍ୟସ୍ତକରି ଅନାସ୍ଥା ଜିତି ନିଜ ପଦ ବଜାୟ ରଖିଥିଲେ।ହାତ ତିଆରୀ ବୋମା ମାଡ କରାଯାଇଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।

















