ବ୍ରହ୍ମପୁର,୨୫।୨,(ସାହେବ ନାୟକ) : ଜିଲ୍ଲା ଆଇନସେବା ପ୍ରାଧୀକରଣ ଆନୁକୂଲ୍ୟରେ ମୋଟର ଯାନ ଦୁର୍ଘଟଣା ଜନିତ ଆଇନ ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି l ଏହି ଶିବିରରେ ପ୍ରାଧୀକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ରାମ ଶଙ୍କର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ଏବଂ mact ଜର୍ଜ ଶ୍ରୀମତୀ ସୌଭାଗିନୀ ମଲ୍ଲିକ, ସେକ୍ରେଟେରୀ DLSA ଶ୍ରୀ ବିଜୟ କୁମାର ଦାସ, ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ପ୍ରେସିଡେଣ୍ଟ ଶ୍ରୀ ସୁବ୍ରତ ସାହୁ, ମୁଖ୍ୟ ମଞ୍ଚାସିନ ଥିଲେ l ଏହା ସହ ସହର କୋର୍ଟ ମାନଙ୍କର ବରିଷ୍ଠ ବିଚାରପତି ଙ୍କ ସହ ଗଞ୍ଜାମ ବାର ଆଶୋସିସେନ ଓ MACT ବାର ଆସୋସିଏସନ ର ବହୁ ଆଇନଜିବି, ପାନାଲ ଓକିଲ, ପାରାଲିଗାର୍ଲ ଭଳୀର୍ଣ୍ଟାର ଓ ପୋଲିସ ଅଫିସର ମାନେ ଉପସ୍ଥିତ ଥିଲେ l ମୋଟର ଯାନ ଦୁର୍ଘଟଣା ଜନିତ ଆଇନ ସମ୍ପର୍କିତ ଏହି ସଚେତନତା ଶିବିରରେ ବରିଷ୍ଠ ବିଚାରପତି ଓ ଆଇନଜୀବି ମାନଙ୍କ ମଧ୍ୟରେ ବହୁ ବିଷୟରେ ଆଲୋଚନା ହେବା ସହ ପ୍ରାଧିକରଣ ଠାରେ ଥିବା ମୋଟର ଯାନ ଦୁର୍ଘଟଣା ମଧ୍ୟସ୍ଥିତ କେନ୍ଦ୍ରଦ୍ୱାରା ଏହି ସମସ୍ତ ମାମଲା ଗୁଡିକ କିଭଳି ଭାବେ ଶୀଘ୍ର ସମାଧାନ କରାଯାଇ ଲୋକମାନଙ୍କୁ ରିହାତି ଦେବା ବିଷୟରେ ଆଲୋଚନା ହୋଇଥିଲା l ପରିଶେଷରେ MACT ବାର ଆଶ୍ସୋସିଏସନ ସେକ୍ରେଟାରୀ ଶ୍ରୀ ସୁବ୍ରତ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ l

















